ହାଇପ୍ରୋଫାଇଲ୍ ଠକେଇର ନାୟିକା ହଂସିତାର ଖୋଲୁଛି ଗୁମର, ଜାଗା ଖାଲି କରାଇବାକୁ କରୁଥିଲେ ଡିଲ୍

Published By : Prameya-News7 Bureau | January 14, 2025 IST

ଭୁବନେଶ୍ବର ୧: ହାଇପ୍ରୋଫାଇଲ୍‌ ଠକେଇର ନାୟିକା ହଂସିତା ଓରଫ୍‌ ବିଷ୍ଣୁପ୍ରିୟା ଚାନ୍ଦଙ୍କ ବିରୋଧରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଲେଡି ଡନ୍‌ ଥିଲେ ହଂସିତା । ଜାଗା ଖାଲି କରାଇବାକୁ କରୁଥିଲେ ଡିଲ୍‌ । ମୋଟା ଅଙ୍କର ସୁପାରୀ ନେଇ ରାତି ଅଧରେ ଚଳାଉଥିଲେ ଆତଙ୍କରାଜ । ମୁଣ୍ଡରେ ବନ୍ଧୁକ ଲଗାଇ ଘର ଖାଲି କରିଦେବାକୁ ଦେଉଥିଲେ ଧମକ୍ । ହାଇପ୍ରୋଫାଇଲ୍‌ ଠକେଇର ନାୟିକା ହଂସିତା ଓରଫ୍‌ ବିଷ୍ଣୁପ୍ରିୟା ଚାନ୍ଦଙ୍କ ବିରୋଧରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ୨୦୧୭ ମସିହା, ଏପ୍ରିଲ ୨୯ । ଭୁବନେଶ୍ବର ବଡ଼ଗଡ଼ ଥାନା ବ୍ରହ୍ମେଶ୍ବର ପାଟଣାରେ ଦୀନବନ୍ଧୁ ମଳିକ ଓ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ମୁନରେ ଦିଆଯାଇଥିଲା ଧମକ । ଏମିତିକି ଦୁଇ ଜଣଙ୍କୁ ଅପହରଣ କରାଯାଇଥିଲା । ଆଉ ରାତି ଅଧରେ ୫୦ରୁ ଅଧିକ ଗୁଣ୍ଡା ଲଗାଇ ଦୀନବନ୍ଧୁଙ୍କ ଘର ଉପରେ ଚଳାଇଥିଲେ ବୁଲଡୋଜର । ସେତେବେଳେ ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଉ ଏହି ଘଟଣାର ମୁଖ୍ୟ ନାୟିକା ହଂସିତା ଓରଫ୍‌ ବିଷ୍ଣୁପ୍ରିୟା ଚାନ୍ଦ ଥିଲେ ବୋଲି ଅଭିଯୋଗ ହୋଇଛି ।

ସେତେବେଳେ ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ଘର ଭାଙ୍ଗିବା କାର୍ଯ୍ୟରେ ବ୍ୟବହୃତ ବୁଲଡୋଜରକୁ ଜବତ୍ କରିଥିଲା । ବରଗଡ଼ ଥାନାରେ ଏନେଇ ୨୦୧୭ ମେ’ ୧ରେ ୧୧୭ ନମ୍ବର କେସ୍‌ ଦାୟର ହୋଇଥିଲା । ଦଫା ୫୦୬, ୩୪ଆଇପିସି ୩ ଏସି ଏସଟି ଆକ୍ଟରେ ମାମଲା କରି ତଦନ୍ତ କରିଥିଲା ପୋଲିସ । ହେଲେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁପ୍ରିୟା ଚାନ୍ଦଙ୍କୁ ହାତ ମାରିନଥିଲା ପୋଲିସ । ଏହା ପୂର୍ବରୁ ୨୦୧୬ ଏପ୍ରିଲ ୧୫ରେ ମଧ୍ୟ ବଡ଼ଗଡ଼ ଥାନାରେ ହଂସିତା ଓରଫ ବିଷ୍ଣୁପ୍ରିୟାଙ୍କ ନାଁରେ ମାମଲା ହୋଇଥିଲା । ଯେଉଁଥିଲେ ୩୪୧, ୩୨୩, ୩୫୪, ୩୫୪ବି, ୨୯୪, ୫୦୬ ଓ ଆଇପିସି ଧାରା ୩୪ରେ ମାମଲା ରୁଜୁ ହୋଇଥିଲା । ହେଲେ କୋର୍ଟରେ ସିଡି ଦାଖଲ ବେଳେ ବିଷ୍ଣୁପ୍ରିୟାଙ୍କ ନାଁ କାଟି ଦିଆଯାଇଥିଲା । 

୨୦୧୬ ଏବଂ ୨୦୧୭ରେ ଦୁଇ ଦୁଇଟି ସଂଗୀନ ମାମଲାରେ ସମୃକ୍ତି ଥିଲେ ମଧ୍ୟ ହଂସିତା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କୁ ଗିରଫ କରାଯାଇନଥିଲା । ସେତେବେଳେ କାହା ଚାପରେ ପୋଲିସ ହଂସିତାଙ୍କୁ ବାନ୍ଧିବାକୁ ସାହସ କରିନଥିଲା ? କାହା ଚାପରେ ଏତଲାରୁ ବିଷ୍ଣୁପ୍ରିୟାଙ୍କ ନାଁକୁ କାଟିଥିଲା ପୋଲିସ ? ଏବେ ଏସବୁର ଖୋଳତାଡ଼ କରିବ କି ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ।

You Can Read:

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ ହାସଲ କଲା ମାଇଲଷ୍ଟୋନ, ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.