ଆନନ୍ଦପୁର ୧୮।୭: ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଟ୍ରକ୍ । ଡ୍ରାଇଭରଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ଟ୍ରକ୍ ତଳେ ଫସିରହିଛି ଡ୍ରାଇଭରଙ୍କ ମୃତଦେହ । ପୋଲିସ ଓ ଏନଏଚଏଆଇ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର କନ୍ତୋ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଲୁହାପଥର ବୋଝେଇ କରି କେନ୍ଦୁଝର ପଟୁ ଆସୁଥିବା ଏହି ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବାରୁ ଡ୍ରାଇଭରଙ୍କର ଟ୍ରକ୍ ତଳେ ଚାପିହୋଇ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ଓ ଏନଏଚଏଇର କର୍ମଚାରୀ ମାନେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରକ୍ଟି ବଡବିଲ ଅଞ୍ଚଳର ହୋଇଥିବା ଜଣାପଡିଛି । ହେଲେ ଡ୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।
You Can Read: