ନ୍ୟାୟ ନମିଳିବା ଯାଏଁ ଜାରି ରହିବ ଲଢେଇ, ବିଜେଡି କହିଲା ଆମ ପ୍ରତିବାଦ ଶାନ୍ତିପୂର୍ଣ୍ଣ

Published By : Prameya-News7 Bureau | July 18, 2025 IST

ଭୁବନେଶ୍ୱର ୧୮/୦୭: ବାଲେଶ୍ଵର ଏଫଏମ କଲେଜ ଘଟଣାକୁ ନେଇ ବିଜୁ ଜନତା ଦଳ ତରଫରୁ ବିଜୁ ଛାତ୍ର ଜନତା ଦଳ ତରଫରୁ ପ୍ରତିବାଦ ହୋଇଥିଲା । ଏହା ପରେ ବାଲେଶ୍ଵର ବନ୍ଦ ମଧ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇଥିଲା । ଏହା ପରେ ଲୋକସେବା ଭବନ ଘେରାଉ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା । 

ଆଜି ମଧ୍ୟ ନିରବ ପ୍ରତିବାଦ ଆମେ ଶୃଙ୍ଖଳିତ ଢଙ୍ଗରେ କରିଛୁ। ବିଚାର ବିଭାଗୀୟ ତଦନ୍ତ ଦାବି ଆମେ ରଖିଛୁ। ବିଜୁ ଜନତା ଦଳ ତରଫରୁ ଆସନ୍ତା ୨୧ ତାରିଖ ଦିନ ଆରଡିସି ସ୍ତରୀୟ, କଟକ , ସମ୍ବଲପୁର, ବ୍ରହ୍ମପୁରରେ କରାଯିବା ନେଇ ଘୋଷଣା କଲା ବିଜୁ ଜନତା ଦଳ।

ସୂଚନା ଥାଉକି, ବୁଧବାର ଲୋକସେବା ଭବନ ଘେରାଉ କରିଥିଲା ବିଜେଡି । ଏଫ୍‌ ଏମ୍ ପୀଡିତାଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାରେ ଗର୍ଜିଥିଲା ବିଜେଡି । ବିରୋଧୀ ଭାବେ ଶାସକଙ୍କୁ ରଣହୁଙ୍କାର ଦେଇଥିଲା ବିଜେଡି । ତେବେ ଆନ୍ଦୋଳନରେ ବିଜେଡିର କର୍ମୀଙ୍କୁ ଲୁହା ବୁହା ଗ୍ୟାସ, ଓ ରବଟ ବୁଲେଟ୍ ମାଡ୍ କରାଯାଇଥିଲା ।  

  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.