ଆନନ୍ଦପୁରରେ ଇଦ୍-ଉଲ୍-ଜୁହା ପାଳିତ, ସମୁହ ନମାଜ ପାଠ ସହ ପରସ୍ପରକୁ ଶୁଭକାମନା ଜଣାଇଲେ ମୁସଲିମ୍ ଧର୍ମାବଲମ୍ବୀ

Published By : Prameya-News7 Bureau | June 07, 2025 IST

ଆନନ୍ଦପୁର ୭କେନ୍ଦୁଝର ଜିଲ୍ଲାରେ ପାଳିତ ହୋଇଯାଇଛି ଇଦ୍‌-ଉଲ୍‌-ଜୁହା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ପଣ୍ଡୁଆ, ପଞ୍ଚହରା ଓ ପୁରୁଣା ବାନ୍ଦୋଗଡାରେ ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ପାଳନ କରିଛନ୍ତି ମୁସଲିମ୍ ଧର୍ମାବଲମ୍ବୀ । ଶନିବାର ସକାଳୁ ସକାଳୁ ଗାଁ ଗୁଡ଼ିକରେ ଥିବା ମସଜିଦ୍ ନିକଟରେ ଏକାଠି ହୋଇ ନମାଜ ପାଠ କରିବା ସହ ବିଶ୍ବଶାନ୍ତିର କାମନା କରିଛନ୍ତି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ପର୍ବର ଶୁଭକାମନା ଜଣାଇଛନ୍ତି ।

କୁହାଯାଏ ଯେ, ଆଜିର ଦିନରେ ମହାପୁରୁଷ ଇବ୍ରାହିମ୍ ଆଲ୍ଲାଙ୍କ ନିର୍ଦ୍ଦେଶରେ ନିଜର ଏକମାତ୍ର ପୁଅ ଇସ୍ମାଇଲଙ୍କୁ ଧର୍ମ ମାର୍ଗରେ ସମର୍ପି ଦେଇଥିଲେ । ଏହି ଦିନକୁ ମନେ ପକାଇ ମୁସଲିମ୍ ଧର୍ମାବଲମ୍ବୀ ମାନେ ଏହି ପର୍ବ ପାଳନ କରିଆସୁଥିବା କହିଛନ୍ତି ।

You Can Read:

ମାଓ ବିରୋଧୀ ଅପରେସନକୁ ବିରୋଧ, ମାଲ୍ ବୋଝେଇ ଟ୍ରକ୍‌କୁ ନିଆଁ ଲଗାଇଦେଲେ ମାଓବାଦୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.