ସୁନ୍ଦରଗଡ଼ ୧୨।୧୨: ସୀମା ଲଙ୍ଘିଲା ଅମାନବିକତା । ୮ ଜଣ ବଙ୍ଗାଳୀ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ଛେଚିଲେ । ହାତବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଲେ । ସୁନ୍ଦରଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ମିଶନ ରୋଡ୍ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଗୋଟିଏ ଗୋଷ୍ଠୀର ଲୋକେ । ଅଭିଯୁକ୍ତ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ମିସ୍ତ୍ରୀଙ୍କୁ ଉଲଗ୍ନ କରି ପିଟିଲେ । ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଲେ । ମାନବାଧିକାରର ଖୋଲା ଉଲଂଘନ କଲେ ।
ରାଜରାସ୍ତାରେ ହାତ ବାନ୍ଧି ଚଲାଇ ଚଲାଇ ଆଣୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପରେ ଟାଉନ ପୋଲିସ ପହଞ୍ଚି ସେହି ୮ ଜଣଙ୍କୁ ଉଦ୍ଧାର କରି ଥାନାରେ ପଚରାଉଚରା କରୁଛି । ତେବେ ଏ ଘଟଣା ସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିନଥିବା ବେଳେ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
You Can Read:
ପ୍ରସନ୍ନଙ୍କ ଅଭିଯୋଗର ଜବାବ ଦେଲେ ଅଶୋକ, କହିଲେ- ‘ସରକାର ଭିତରେ ସାମଞ୍ଜସ୍ୟ ରହିଛି, ରାଜ୍ୟପାଳଙ୍କ ସହ ତାଳମେଳ ଅଛି’