ଭୁବନେଶ୍ବର ୧୧।୩: ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଦୁଇ ବିଧାୟକଙ୍କୁ ହାଇକୋର୍ଟ ଝଟ୍କା । ଜଳେଶ୍ୱର ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାରେ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ମାମଲା ଚାଲିବ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଅଶ୍ୱିନୀଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ନେଇ ମାମଲା ଦାୟର କରିଛନ୍ତି ପରାଜିତ ପ୍ରାର୍ଥୀ ବ୍ରଜ ପ୍ରଧାନ ।
ସେହିଭଳି ନର୍ଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ ଚାଲିବ ନିର୍ବାଚନୀ ମାମଲା । ପରାଜିତ ପ୍ରାର୍ଥୀ ଭକ୍ତ ଦାସଙ୍କ ଆବେଦନକୁ ମଞ୍ଜୁରୀ ଦେଲେ ହାଇକୋର୍ଟ । ନିର୍ବାଚନୀ ମାମଲା ଖାରଜ ପାଇଁ ମନୋରମାଙ୍କ ଆବେଦନ ଖାରଜ ହୋଇଛି ।
You Can Read: