ଏଲନ୍ ମସ୍କଙ୍କ ସୁରକ୍ଷା ବ୍ୟବସ୍ଥା କେମିତି? ସାଙ୍ଗରେ ରୁହନ୍ତି ଅସଂଖ୍ୟ ବର୍ଡିଗାର୍ଡ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮/୦୯: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ । ବିବାଦ ସହ ଚର୍ଚ୍ଚିତ ଚେହେରା । ପର୍ସନାଲ ଓ ପ୍ରଫେସନାଲ ଲାଇଫରେ ସେ ଫେମସ୍ । ବେଳେବେଳେ କର୍ମଚାରୀଙ୍କ ପ୍ରତି କଠୋର । ମସ୍କ ନିଜ, କମ୍ପାନୀ, ଘର ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ଚିନ୍ତିତ । ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । କେବଳ ବିଶ୍ୱ ନୁହେଁ ଭାରତରେ ବି ସେ ପ୍ରସିଦ୍ଧି । ଏବେ କିନ୍ତୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା । କିଛି ଭାରତୀୟ ଭିଆଇପି କଲଚର ସହ ତାଙ୍କର ହେଉଛି ତୁଳନା । ତେବେ କେତେ ସୁରକ୍ଷା କର୍ମୀ ରୁହନ୍ତି ତାଙ୍କ ସହ । ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସୁରକ୍ଷା ଠାରୁ ତାଙ୍କ ସିକ୍ୟୁରିଟି କେତେ ଭିନ୍ନ?

ଏକ୍ସ, ଟେସଲା ସ୍ପେସ୍ ଏକ୍ସ ମାଲିକ ମସ୍କଙ୍କୁ ଅନେକ ଥର ମିଳିଛି ଧମକ । ଜୀବନ ପ୍ରତି ବିପଦ ବି ସୃଷ୍ଟି ହୋଇଛି । ଗତ ବର୍ଷ ୫ଥର ଆତଙ୍କବାଦୀ ଆକ୍ରମଣର ମିଳିଛି ଧମକ । ସେବେଠୁ ଏଲନ୍ ମସ୍କ ନିଜ ତଥା କାର୍ଯ୍ୟାଳୟର ବଢାଇଛନ୍ତି ସୁରକ୍ଷା । ଖାଲି ସେତିକି ନୁହେଁ ବ୍ୟକ୍ତିଗତ ସୁରକ୍ଷା ବି ଫୁଲ୍ ଟାଇଟ୍ । ନିଜ ସହ ସର୍ବଦା ୨୦ ଅଙ୍ଗରକ୍ଷୀ ରହିଥାନ୍ତି ସାଙ୍ଗରେ । ଆଉ ତାଙ୍କ ସୁରକ୍ଷା ପ୍ରୋଟୋକଲକୁ କୁହାଯାଏ 'ଭଏଜର୍' । କିଛି ଗାର୍ଡଙ୍କ ପାଖରେ ଅସ୍ତ୍ରଶସ୍ତ୍ର ବି ଅଛି । ଏହାଛଡା ମସ୍କ କୁଆଡେ ଗଲେ ସାଙ୍ଗରେ ଯାଆନ୍ତି ଡାକ୍ତରୀ ବିଶେଷଜ୍ଞ । କହିବାକୁ ଗଲେ ମସ୍କଙ୍କର ଏହା ନିଜସ୍ୱ ଗାର୍ଡ । ଯେ କୌଣସି ସ୍ଥାନକୁ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ଯୋଜନା ଥାଏ ଏମାନଙ୍କର । ଆମେରିକା ସହ ବିଦେଶରେ ସୁରକ୍ଷିତ ରଖିବା ଏମାନଙ୍କର ପ୍ରାଥମିକତା ।


ମସ୍କର ସୁରକ୍ଷା ସେବା ମିନି ଗୁପ୍ତ ସେବା ପରି କାମ କରେ । ତାଙ୍କର ସୁରକ୍ଷା ଏତେ କଡାକଡି ଯେ ସେ ବାଥରୁମକୁ ଯିବାବେଳେ ବି ସାଙ୍ଗରେ ଯାଆନ୍ତି ଗାର୍ଡ । ଗଣମାଧ୍ୟମ ରିପୋର୍ଟ କୁହେ, ସୁରକ୍ଷା ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଖର୍ଚ୍ଚ କରନ୍ତି ସେ । ୨୦୧୬ ରେ, ମାତ୍ର ମାସକରେ ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧ କୋଟି ୩୬ ଲକ୍ଷ ଟଙ୍କା । ପରେ ୨୦୨୩ରେ, ତାଙ୍କ ସୁରକ୍ଷା କମ୍ପାନୀ ପଠାଇଥିଲା ୨୪ ଲକ୍ଷ ଡଲାରର ବିଲ୍ । ସେହିଭଳି ଫେବୃଆରୀ ୨୦୨୪ ରେ ୫ ଲକ୍ଷ ଡଲାରର ହୋଇଥିଲା ଲାଭ । 

ଏଲୋନ୍ ମସ୍କର ସୁରକ୍ଷା ଏତେ କଡାକଡି ଯେ, ଏସବୁର ନିଜେ ଖୁଲାସା କରିଥିଲେ ତାଙ୍କ ପିତା । ଯେଉଁଥିପାଇଁ ଦିନେ ବିଚଳିତ ହୋଇପଡିଥିଲେ ତାଙ୍କ ବାପା । ସୁରକ୍ଷା ବଳୟରେ ଥାଇ ବି ପୁଅର ସୁରକ୍ଷା ଚିନ୍ତା ଘାରିଥାଏ ତାଙ୍କୁ । ସେଥିପାଇଁ ପୁରା ସିସିଟିଭି ମନିଟରିଂ ବ୍ୟବସ୍ଥାରେ ଥାଏ ସୁରକ୍ଷା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.