ଦେଖା ଗଲା ଚାନ୍ଦ, ଇମାରତେ ସରିୟା ଫୁଲୱାରୀ ସରିଫ ଘୋଷଣା କଲେ ‘ଇଦ’

Published By : Prameya-News7 Bureau | March 30, 2025 IST

ପାଟନା ୩୦।୩: ବିହାର, ଝାଡ଼ଖଣ୍ଡ ଏବଂ ଓଡିଶା ମୁଖ୍ୟାଳୟ ‘ଇମାରତେ ସରିୟା ଫୁଲୱାରୀ ସରିଫ’ର ୧୧ ସଦସୀୟ ଟିମ୍ ୩୦ ମାର୍ଚ୍ଚ ରବିବାର ଇଦର ଚାନ୍ଦ ଦେଖିଛନ୍ତି। ଚାନ୍ଦ ଦେଖାଯିବା ପରେ ‘ଇଦ’ ଘୋଷଣା କରି ଇମାରତ ସରିୟା ଫୁଲୱାରୀ ସରିଫ ସଦସ୍ୟ ୱାସୀ ଅହମ୍ମଦ କାସୀମ କହିଛନ୍ତି ଯେ ‘ଚାନ୍ଦ ଦେଖାଯାଇଛି, ଯାହାର ଏବେ ଘୋଷଣା କରାଯାଉଛି, ସୋମବାର ଇଦ ପାଳନ ହେବ’। ଇମାରତେ ସରିୟା ପକ୍ଷରୁ ଚାନ୍ଦ ଦେଖା ଯାଇଥିବାର ଘୋଷଣା ହେବାମାତ୍ରେ ମୁସଲମାନ ଭାଇମାନେ ପରସ୍ପରକୁ କୋଳାଗ୍ରତ କରି ଇଦ ଶୁଭେଚ୍ଛା ଜଣାଇଛନ୍ତି। 

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଇଦର ଚାନ୍ଦ ଦେଖାଯାଇଥିବା ଖବରରେ ଖୁସି ବ୍ୟକ୍ତି କରି କହିଛନ୍ତି ଯେ ‘ପବିତ୍ର ରମଜାନ ମାସରେ ରୋଜାଦାରଙ୍କ ଦ୍ୱାରା କରାଯାଇଥିବା ଉପାସନା ଦ୍ୱାରା ସେମାନଙ୍କ ଘର ପରିବାର ସହିତ ପ୍ରଦେଶ ଓ ଦେଶରେ ଶାନ୍ତି ଏବଂ ସମୃଦ୍ଧି ଆସିବ’। ସମାଜରେ ସୁଖ ଶାନ୍ତି ଓ ଭାଇଚାରା ଯେପରି କାୟମ ରହେ ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଥିବା ବେଳେ ଇଦର ଦିନ ପୁରସ୍କାରର ଦିନ ବୋଲି କହିଛନ୍ତି। 

ଚାନ୍ଦ ଦେଖାଯାଇଥିବାରୁ ମୁସଲମାନ ମାନେ ସୋମବାର ସକାଳେ ଇଦଗାହରେ  ଇଦ-ଉଲ-ଫିତର ନମାଜ ପଢିବେ। ରାଜଧାନୀ ପାଟନାର ଅନେକ ସ୍ଥାନରେ ଇଦ ନମାଜ ପାଠ କରାଯିବ। ଏଥି ପାଇଁ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯେପରି ଇଦ ନମାଜମ ପାଠ ବେଳେ କୌଣସି ପ୍ରକାରର ଅସୁବିଧା ନ ହୁଏ ସେଥି ପାଇଁ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିହାର ସହିତ ଝାଡଖଣ୍ଡ ଏବଂ ଓଡିଶାରେ ଗୋଟିଏ ଦିନରେ ଇଦ ପାଳନ ହେବ। ଏଣୁ ଏଠାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.