ମୁମ୍ବାଇ ୩୦।୪: ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଦେବେନ ଭାରତୀ ମୁମ୍ବାଇର ନୂଆ ପୋଲିସ କମିଶନର ନିଯୁକ୍ତ ହୋଇଛନ୍ତି। ସେ ୧୯୯୪ ବ୍ୟାଚ୍ ର ଆଇପିଏସ ଅଧିକାରୀ। ୨୦୨୪ରେ ତାଙ୍କୁ ମୁମ୍ବାଇ ପୋଲିସର ସ୍ପେଶାଲ କମିଶନର ନିଯୁକ୍ତ କରାଯାଇଥିଲା। ତେବେ ମୁମ୍ବାଇ ପୋଲିସ କମିଶନର ନିଯୁକ୍ତ ହେବା ପୂର୍ବରୁ ସେ ଦୀର୍ଘ ସମୟ ଧରି ଜଏଣ୍ଟ ପୋଲିସ କମିଶନର (ଆଇନ ଶୃଙ୍ଖଳା) ଅବସ୍ଥାପିତ ଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜ୍ୟର ଏବେକା ଦେବେନ୍ଦ୍ର ଫଡନବୀଶ ସରକାରରେ ଦେବେନ୍ଦ୍ର ଭାରତୀଙ୍କୁ ଖାସ ମନେ କରାଯାଉଥିଲା। ଏହା ପୂର୍ବରୁ ୨୦୧୪-୧୯ ଦେବେନ୍ଦ୍ର ଫଡନବୀଶ ସରକାରରେ ଭାରତୀ ମୁମ୍ବାଇ ପୋଲିସର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଥିଲେ। ସେ ଗଡଚିରୌଲୀ ଏସପି ଭାବେ ଅବସ୍ଥାପିତ ରହିବା ସହିତ ପରେ ଅମରାବତୀ ଓ ଅକୋଲା ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଏସପି ଭାବେ ଉଲ୍ଲେଖନୀୟ ସେବା ଦେଇଛନ୍ତି।
ଦେବେନ ଭାରତୀ ୧୯୯୮ରୁ ୨୦୨୩ ମଧ୍ୟରେ ପୋଲିସ ଗୁଇନ୍ଦା ବିଭାଗରେ ମଧ୍ୟ ସେ ତାଙ୍କର ସେବା ଦେଇଥିଲେ। ତେବେ ଭାରତୀଙ୍କ ୨୯ ବର୍ଷର ପୋଲିସ ସେବା କ୍ୟାରିୟରରେ ସେ ଅଧିକାଂଶ ସମୟ ମୁମ୍ବାଇ ସହରକୁ ସେବା ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ କାଳରେ ତାଙ୍କୁ କିଛି କାଳ ପାଇଁ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲୁ) ଯୁଗ୍ମ କମିଶନର ଭାବେ ପଠାଯାଇଥିଲା। ପରେ ସେ ମହାରାଷ୍ଟ୍ର ପୋଲିସ ଏଟିଏସ ମୁଖ୍ୟ ରୂପେ ମଧ୍ୟ ଅବସ୍ଥାପିତ ଥିଲେ।