ଭୁବନେଶ୍ବର ୨୦।୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଆଣ୍ଡ କୋ-ଅପରେଟିଭ ସୋସାଇଟି ଘୋଟଲା ପ୍ରସଙ୍ଗରେ ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ । ସୁଶାନ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ରାଜା ଚକ୍ରଙ୍କ ସବୁ ବ୍ୟବସାୟ ବୁଝୁଥିଲା ସୁଶାନ୍ତ । ତାଙ୍କ ନାଁରେ ୬୦ଟି ଆକାଉଣ୍ଟ ରହିଛି । ସବୁ ଆକାଉଣ୍ଟର ତଥ୍ୟ ମାଗିଛି ଇଓଡବ୍ଲୁ ।
ଅନ୍ୟପଟେ, ରାଜା ଚକ୍ରଙ୍କ ଦୁଇ ସହଯୋଗୀକୁ ୩ ଦିନ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ରିମାଣ୍ଡରେ ଆଣି ମାନସ ରଞ୍ଜନ ବାରିକ ଓ ଉତ୍କଳ ଦାସଙ୍କୁ ତଦନ୍ତକାରୀ ସଂସ୍ଥା ମାରାଥନ ଜେରା କରିଛି । ରାଜାଙ୍କ ସହ ମାନସ ଓ ଉତ୍କଳଙ୍କୁ ସାମ୍ନାସାମ୍ନି ଜେରା କରିଛି ଇଓଡବ୍ଲୁ ।
ସେପଟେ, ରାଜାଙ୍କ ସହଯୋଗୀ ସମୀର ଜେନାଙ୍କୁ ମଧ୍ୟ କେନ୍ଦୁଝର ଗୁମୁରାରୁ ଉଠାଇ ଆଣି ପଚରା ଉଚରା କରୁଛି ଇଓଡବ୍ଲୁ ।
You Can Read: