IMS ସମ୍ ହସ୍ପିଟାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗ ପକ୍ଷରୁ ଇଆରସିପି ଏକ୍ସପର୍ଟ କର୍ମଶାଳା ଆୟୋଜିତ, ERCPର ଉପକାରିତା ବିଷୟରେ କହିଲେ ବିଶେଷଜ୍ଞ ଡାକ୍ତର

Published By : Prameya-News7 Bureau | July 05, 2025 IST

ଭୁବନେଶ୍ବର: IMS ସମ୍ ହସ୍ପିଟାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗ ପକ୍ଷରୁ ଇଆରସିପି ଏକ୍ସପର୍ଟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସମ୍ ହସ୍ପିଟାଲର ଗାଷ୍ଟ୍ରୋଲୋଜି ବିଭାଗ HOD ପ୍ରଫେସର ଡାକ୍ତର ଗିରିଶ କୁମାର ପତି, ଗାଷ୍ଟ୍ରୋ କନସଲଟାଣ୍ଟ ଡା. ଜିମି ନାରାୟଣ ଓ ଦିଲ୍ଲୀର ଶ୍ରୀ ଗଗାଂରାମ୍ ହସ୍ପିଟାଲର କନସଲଟାଣ୍ଟ ଡା. ଶ୍ରୀହରୀ ଅନିଖିନ୍ଦି ଯୋଗଦେଇ ଇଆରସିପିର ସଫଳ ପ୍ରୟୋଗ ଓ ଏହାର ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। 

ଏହା ସହ ସମ୍‌ର ଫେଲୋ ଡାକ୍ତର, ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଫେଲୋ ଡାକ୍ତରଙ୍କ ମଧ୍ୟ ଏନେଇ ଅଧିକ ସୂଚନା ଦେଇଥିଲେ। ଏହାର ବ୍ୟବହାର ଦ୍ବାରା କିପରି ରୋଗୀଙ୍କ ସଂକ୍ରମଣର ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ ହେବ ଏବଂ କିପରି ଏହା ବିନା ଅସ୍ତ୍ରପ୍ରଚାରରେ ମଧ୍ୟ ହୋଇପାରିବ ସେନେଇ କହିଥିଲେ। ଏହା ରୋଗୀ ମାନଙ୍କ ପାଇଁ ମଧ୍ୟ ସହଜ ଓ ସରଳ ପଦ୍ଧତି ବୋଲି କହିଥିଲେ ବିଶେଷଜ୍ଞ ଡାକ୍ତର।

କର୍ମଶାଳାରେ ଯୋଗଦେଇ ଆଇଏମ୍ଏସ୍ ସମ୍ ହସ୍ପିଟାଲ ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପୁଷ୍ପରାଜ ସାମନ୍ତସିଂହାର ଏଭଳି କର୍ମଶାଳାର ଆୟୋଜନ ପାଇଁ  ପ୍ରଫେସର ଡାକ୍ତର ଗିରିଶ କୁମାର ପତି ଓ ଡା. ଜିମି ନାରାୟଣ କୁଂ ଖୁବ୍ ପ୍ରସଂଶା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.