ନୂଆଦିଲ୍ଲୀ ୮।୩: ଭଗବାନଙ୍କୁ ନେଇ ସମସ୍ତଙ୍କ ନିଜନିଜର ବିଚାର ରହିଛି। କେହି ହୁଏତ ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି। ଆସ୍ଥା ବ୍ୟତୀତ ବୈଜ୍ଞାନିକଙ୍କ ଲାଗି ଏହା ମଧ୍ୟ ଜିଜ୍ଞାସାର ବିଷୟ ହୋଇ ରହିଛି ଯେ ଆମ ବ୍ରହ୍ମାଣ୍ଡରେ ଭଗବାନଙ୍କ ଭଳି କୌଣସି ଜିନିଷ ଅଛି କି ନାହିଁ?ଏହି ବିଷୟକୁ ନେଇ ଜନୈକ ବୈଜ୍ଞାନିକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ହାର୍ଭାର୍ଡର ଆଷ୍ଟ୍ରୋଫିଜିଶିଷ୍ଟ ତଥା ଏରୋ ସ୍ପେସ୍ ଇଞ୍ଜିନିୟର ଡକ୍ଟର ୱିଲି ସୁନ କହିଛନ୍ତି ଯେ ଗଣିତର ଏକ ସୂତ୍ର ଭଗବାନଙ୍କ ଅସ୍ତିତ୍ୱର ଶେଷ ପ୍ରମାଣ ହୋଇପାରେ।
ଡ.ୱିଲି ସୁନଙ୍କୁ ନିଟକରେ ‘ଟକର କାର୍ଲସନ ନେଟୱାର୍କ’ ପଡକାଷ୍ଟରେ ଦେଖିବାକୁ ମିଳିଥିଲେ। ଏହି ସମୟରେ ସେ କିଛି ଗାଣିତିକ ଫର୍ମୂଲା ଉପସ୍ଥାପନ କରିଥିଲେ, କହିଥିଲେ ବ୍ରହ୍ମାଣ୍ଡର ରହସ୍ୟ କେବଳ ତାରାରେ ନାହିଁ କିଛି ମୌଳିକ ଗଣିତରେ ମଧ୍ୟ ରହିଛି। ସେ ତାଙ୍କ ଥିଓରୀରେ ‘ଫାଇନ ଟ୍ୟୁନିଂ ଆର୍ଗ୍ୟୁମେଣ୍ଟ’କୁ ମୁଖ୍ୟ କେନ୍ଦ୍ର କରିଥିଲେ। ଯେଉଁଥିରୁ ଜଣାପଡିଛି ବ୍ରହ୍ମାଣ୍ଡର ଫିଜିକାଲ ଲ ସଠିକ ରୂପେ ଜୀବନର ସମର୍ଥନ ଦେବା ପାଇଁ ସନ୍ତୁଳିତ କରାଯାଇଛି। ଏହା ସଂଯୋଗ ତ ହୋଇ ନପାରେ।
ଏହି ଫର୍ମୂଲା ସର୍ବ ପ୍ରଥମେ କେମ୍ବ୍ରିଜର ଗଣିତଜ୍ଞ ପଲ ଡିରାକଙ୍କ ପକ୍ଷରୁ ପ୍ରସ୍ତାବ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ କେତେକ କସ୍ମିକ ଏଲାଇନ୍ସ ବିଲକୁଲ ସଠିକତା ସହିତ ଗୋଟିଏ ଅନ୍ୟ ସହିତ ମେଳ ଖାଉଛି। ଏହି ଘଟଣା ବୈଜ୍ଞାନିକଙ୍କୁ ଚମତ୍କୃତ କରିଥିଲା। ଡେରିକ୍ ଅନୁମାନ କରିଥିଲେ ଯେ ୟୁନିଭର୍ସର ଫିଜିକାଲ ଲ ପରଫେକ୍ଟ ବାଲାନ୍ସକୁ ଗାଣିତିକ ଥିଓରୀରେ ଅତ୍ୟନ୍ତ ସୁନ୍ଦର ଭାବେ ପରିଭାଷିତ କରାଯାଇ ପାରେ। ତେବେ ଏହାକୁ ବୁଝିବା ପାଇଁ ବ୍ୟକ୍ତିକୁ ହାଇ ଇଣ୍ଟେଲିଜେନ୍ସୀର ଆବଶ୍ୟକତା ପଡିବ।
୧୯୬୩ ମସିହାରେ ଗଣିତଜ୍ଞ ପଲ ଡିରାକ ତାଙ୍କ ପୁସ୍ତକରେ ଲେଖିଥିଲେ କେହି ହୁଏତ ଏହି ସ୍ଥିତିକୁ ଏପରି ବର୍ଣ୍ଣନ କରିପାରେ ଯେ ଭଗବାନ ଜଣେ ଉଚ୍ଚଶ୍ରେଣୀର ଗଣିତଜ୍ଞ ଅଟନ୍ତି। ସେ ୟୁନିଭର୍ସ ନିର୍ମାଣରେ ଆଡଭାନ୍ସ ମ୍ୟାଥମେଟିକ୍ସର ଉପଯୋଗ କରିଛନ୍ତି। ପଡକାଷ୍ଟରେ ଡକ୍ଟର ସୁନ ଡିରାକଙ୍କ ଥିଓରୀ ମାଧ୍ୟମରେ ଭଗବାନଙ୍କ ଅସ୍ତିତ୍ୱକୁ ନେଇ କଥା ହୋଇଥିଲେ। ସେ କହିଛନ୍ତି ଆମ ଜୀବନକୁ ଆଲୋକିତ କରୁଥିବା ସର୍ବଦା ଉପସ୍ଥିତ ଏହି ଶକ୍ତିଗୁଡିକର ଅନେକ ଉଦାହରଣ ଅଛି। ହେଲେ ଅନେକ ବୈଜ୍ଞାନିକ ବିଜ୍ଞାନକୁ ଧର୍ମସହିତ ଯୋଡିବାକୁ ସଂକୋଚ କରୁଛନ୍ତି।
ଡ.ସୁନ ତାଙ୍କ ତର୍କରେ କହିଛନ୍ତି ଯେ ଗଣିତ ଓ ୟୁନିଭର୍ସ ମଧ୍ୟରେ ସାମଞ୍ଜସ୍ୟ ଏକ ଜାଣିଶୁଣି କରାଯାଇଥିବା ଡିଜାଇନ ଆଡକୁ ଇଶାରା କରେ। ଆମେ ଆଲୋକର ଅନୁସରଣ କରୁ ଏଥି ପାଇଁ ଭଗବାନ ଆମକୁ ଏହି ଆଲୋକ ଦେଇଛନ୍ତି, ଯାହା ଦ୍ୱାରା ଆମେ ଆମର ପୁରା ଉଦ୍ୟମ କରିପାରିବା ବୋଲି କହିଛନ୍ତି ।