ଭଦ୍ରକ ୧୭।୦୫ : ସରକାରୀ ଜମିରୁ ଚାଲୁଥିଲା ଜବରଦଖଲ ଉଚ୍ଛେଦ । ଏହି ଉଚ୍ଛେଦ ସମୟରେ ଭାଙ୍ଗିଦେଲେ ଘରୋଇ ଜମିରେ ଥିବା ଘର । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରୁ ଆସିଛି ଏମିତି ଘଟଣା ।
ଖବର ଅନୁଯାୟୀ, ଗତ ୧୩ ତାରିଖ ଦିନ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ମାପ ଅନୁଯାୟୀ ଉଚ୍ଛେଦ ହୋଇଥିଲା । କିନ୍ତୁ ୧୪ ତାରିଖ ଦିନ ପୁଣି ଥରେ ସମାନ ସ୍ଥାନରେ ବିନା ନୋଟିସରେ ଉଚ୍ଛେଦ କରାଯାଇଥିଲା । ତେବେ ଏହି ଉଚ୍ଛେଦ ସଂପୂର୍ଣ୍ଣ ବ୍ୟକ୍ତିଗତ ଜମିରେ ହୋଇଥିବା କହିଛନ୍ତି । ଏମିତିକି ସେହି ଘରେ ଥିବା ଜିନିଷ ପତ୍ର ମଧ୍ୟ ନଷ୍ଟ ହୋଇଛି । ତେବେ ଘରୋଇ ଜମିରେ ଉଚ୍ଛେଦ ପରେ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବା ସହ ଆଇନ ଅନୁସାରେ ଉଚ୍ଛେଦ କରିବାକୁ ଅନୁରୋଧ କରିଛନ୍ତି ।