ନିୟମିତ ବ୍ୟାୟାମ କରନ୍ତୁ, ଫିଟ୍ ରୁହନ୍ତୁ…

Published By : Prameya-News7 Bureau | September 12, 2024 IST

ମୁମ୍ଵାଇ ୧୨।୦୯: ମହିଳାମାନଙ୍କ ଉପରେ ଉଭୟ ଘର ଓ ବାହାର  ଦାୟିତ୍ୱ ରହିଥାଏ । ତେଣୁ ସେମାନେ ବ୍ୟସ୍ତତା  ଭିତରେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ  ରହିପାରି ନଥାନ୍ତି । ତେଣୁ ପରବର୍ତ୍ତୀ ସମୟରେ  ବହୁ ସମସ୍ୟାକୁ ସାମ୍‌ନା କରିବାକୁ ପଡିଥାଏ ।  ଏମିତି କିଛି ଟିପ୍ସ ରହିଛି, ଯଦି ମହିଳାମାନେ   ଏହାକୁ ନିୟମିତ ଅନୁସରଣ କରିପାରନ୍ତି, ତେବେ  ସେମାନଙ୍କ ଜୀବନରେ ଅନେକ ସୁଧାର ଆଣିପାରିବେ ।  ଏଥିପାଇଁ ସମୟ ବାହାର କରିବାକୁ ପଡି ନଥାଏ । ଏ  ଅଭ୍ୟାସଗୁଡିକ ହେଉଛି ....

- ନିୟମିତ ଡାଏଟ୍‌ରେ ମଖାନା, ଅଞ୍ଜିର ଓ  ଖଜୁରୀକୁ ସାମିଲ କରନ୍ତୁ । ଏସବୁ ପିରିୟଡ୍ସ  ଏବଂ ମେନୋପଜ୍‌ ସମୟରେ  ହର୍‌ମୋନ୍‌ ଅସନ୍ତୁଳନରେ  ସୁଧାର ଆଣିଥାଏ । ଏହି  ଖାଦ୍ୟ ପେଲଭିକ୍‌  ଏରିଆରେ ରକ୍ତ   ପ୍ରବାହକୁ ତୀବ୍ର କରିବା  ସହ ହାଡ଼କୁ ମଜଭୁତ  କରିଥାଏ ।ଏହାସହ  ଥକାପଣ ଦୂର କରିଥାଏ ।  

- ନିୟମିତ ଥଣ୍ଡା  ପାଣିରେ ତ୍ୱଚାକୁ ସଫା କରିବା ଆବଶ୍ୟକ । ଏପରି  କରିବା ଦ୍ୱାରା ତ୍ୱଚାର ରକ୍ତ ସଂଚାର ଭଲ ହୋଇଥାଏ ।  ଫଳରେ ତ୍ୱଚାରେ ପ୍ରାକୃତିକ ଚମ୍‌କ ଆସିଥାଏ ।  ଏହା ତ୍ୱଚାର ପୋର୍ସକୁ ବନ୍ଦ କରିବା ସହ ବ୍ରଣ ଓ  ବ୍ଲାକ୍‌ହେଡସ୍‌ କମ୍‌ ହୋଇଥାଏ । ସେହିପରି ଥଣ୍ଡା  ପାଣିରେ ତ୍ୱଚା ସଫା କରିବା ଦ୍ୱାରା ଆଖିତଳେ କଳା  ଦାଗ ଓ ଜ୍ୱଳନ କମ୍‌ ହୋଇଥାଏ ।  

-ପାଚନ ତନ୍ତ୍ରରେ ସୁଧା ଆଣିବା ପାଇଁ ନିୟମିତ  ମଳାସନରେ ବସିବା ସହ ଉଷୁମ ପାଣି ପିଇବା  ଆବ୍ୟଶକ । ଏପରି କରିବା ଦ୍ୱାରା ମଳତ୍ୟାଗ ସହଜ  ହୋଇଥାଏ । ପେଟର ଗ୍ୟାସ ସହ ବ୍ଲୋଟିଂ କମ୍‌  ହୋଇଥାଏ ।   

- ଡାଏଟ୍‌ରେ ବିଭିନ୍ନ ମଞ୍ଜିକୁ ସାମିଲ୍‌ କରନ୍ତୁ ।  ମଞ୍ଜିରେ ଉଚ୍ଚ ମାତ୍ରାର ଫାଇବର ରହିଥାଏ, ଯାହା  ପାଚନ ତନ୍ତ୍ରକୁ ତୀବ୍ର କରିବା ସହ କବ୍ଚ ପରି ସମସ୍ୟାକୁ  ଦୂର କରିଥାଏ । ଏଥିରେ ଥିବା ଭିଟାମିନ୍‌-ଇ କେଶ  ଝଡିବାରୁ ରୋକିବା ସହ କେଶ ମୂଳକୁ ମଜଭିତ  କରିଥାଏ ।  

- ସକାଳୁ ଉଠି  ତ୍ୱଚା ଓ ବେକରେ   ଟ୍ୟାପିଂ ନିଶ୍ଚୟ  କରନ୍ତୁ । ଏହା ତ୍ୱଚାର ଜ୍ୱଳନକୁ ଶାନ୍ତ କରିଥାଏ ।  ତ୍ୱଚାର ମାଂସପେଶୀକୁ ଆରାମ ଦେବା ସହ  କୋଲେଜନ୍‌ ଉତ୍ପାଦକୁ ବଢାଇଥାଏ । ଫଳରେ ତ୍ୱଚା  ଲୋଚାକୋଚା ହୋଇ ନଥାଏ ।

- ନିୟମିତ ସକାଳେ ଅନୁଲୋମ-ବିଲୋମ   ପ୍ରାଣାୟାମ କରିବା ଦ୍ୱାରା ହର୍‌ମୋନ୍‌ ଅସନ୍ତୁଳିତ  ହୋଇ ନଥାଏ । ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ  ରହିଥାଏ । ସେହିପରି ଚିନ୍ତା ଓ ଅବସାଦକୁ  କମ୍‌ କରେ ।   

- ନିୟମିତ ପାଦକୁ କାନ୍ଥ ସହ ସିଧା  ରଖି ବ୍ୟୟାମ ନିଶ୍ଚୟ କରନ୍ତୁ । ଏପରି  କରିବା ଦ୍ୱାରା ପିଏମ୍‌ଏସ୍‌ ଲକ୍ଷଣ କମ୍‌  ହୋଇଥାଏ । ପ୍ରଜନନ କ୍ଷମତା,  ରକ୍ତଚାପ ଓ ହୃଦୟଜନିତ  ସମସ୍ୟାରେ ସୁଧାର  ଆସିଥାଏ । ସେହିପରି ରକ୍ତ  ପ୍ରବାହରେ ତୀବ୍ର ହେବା  ସହ ମନ ଓ ଶରୀରକୁ  ଅରାମ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.