କୋଭିଡ୍‌ର ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ

Published By : Prameya-News7 Bureau | May 17, 2025 IST

କଟକ କରୋନାର ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏବେ ଦକ୍ଷିଣ ପୂର୍ବ ଏସିଆରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ବିଶେଷ କରି ହଂକଂ, ସିଙ୍ଗାପୁର, ଥାଇଲାଣ୍ଡ ଭଳି ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବା ଦେଖାଯାଇଛି । ଏହି ନୂଆ ଭାରିଆଣ୍ଟ ହେଉଛି LF7 ଓ NB 1.8 । 

ତେବେ ନୂଆ ଭାରିଆଣ୍ଟର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । କିନ୍ତୁ ଭଲ କଥା ହେଉଛି ଏହି ନୂଆ ଭାରିଆଣ୍ଟ ଏତେଟା ମାରାତ୍ମକ ନୁହେଁ । ସାଧାରଣ ଥଣ୍ଡା, ଜ୍ବର ଚିକିତ୍ସାରେ ଆକ୍ରାନ୍ତ ଉପଶମ ହେଉଥିବା ଡାକ୍ତର କହିଛନ୍ତି । ତେବେ କୋଭିଡ୍ ସଂକ୍ରମଣ ପ୍ରତି ଆମେ ସତର୍କ ରହିବା ସହ ଇନଫ୍ଲୁଏଞ୍ଜା ଭାକ୍ସିନ୍ ନେବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି  ।

You Can Read:

ଭିଜିଲାନ୍ସ ଜାଲରେ ବାସୁଦେବପୁର ବ୍ଲକ୍ JE, ଠିକାଦାରଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.