ଭିଜିଲାନ୍ସ ଜାଲରେ ବାସୁଦେବପୁର ବ୍ଲକ୍ JE, ଠିକାଦାରଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା

Published By : Prameya-News7 Bureau | May 17, 2025 IST

ଭଦ୍ରକ ୧୭।୫ରାସ୍ତା କାମର ବକେୟା ବିଲ୍ ପାଇଁ ରାସ୍ତା ଉପରେ ନେଉଥିଲେ ଲାଞ୍ଚ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ରାସ୍ତା ବିଲ୍ ପାଇଁ ଠିକାଦାରଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ।

ସୂଚନାଯୋଗ୍ୟ ଯେ, କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ୍ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର । ପରେ ବାସୁଦେବପୁର ବ୍ଲକ ଅଧିନ ନିଉ ଇଣ୍ଡିଆ ଛକ ନିକଟରେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଓ ଭଦ୍ରକର ଭିଜିଲାନ୍ସ ଟିମ୍ ମିଳିତ ଭାବେ ରାସ୍ତା ଉପରେ ମାଡି ବସିଥିଲେ । ଅଶୋକଙ୍କୁ ଭଦ୍ରକ ଭିଜିଲାନ୍ସ ଅଫିସକୁ ଅଣାଯାଇଥିବା ବେଳେ ତାଙ୍କ ବାସଭବନ, ଭଡା ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି ।

You Can Read:

ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର, ଲଗାଯିବ ଅଧିକ ତାଳ ଗଛ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.