କଟକ ୨।୫: କଟକରେ ଠାବ ହେଲା ନକଲି ଓ୍ବାସିଂ ପାଉଡର କମ୍ପାନୀ । ଜଗତପୁର ଅଞ୍ଚଳରେ ଏହି କମ୍ପାନୀ ଠାବ ହୋଇଛି । ମିଳିତ ଚଢାଉ କରିଥିଲା ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ । ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା ।
ସୂଚନାଯୋଗ୍ୟ ଯେ, କଟକ ଜଗତପୁର ଅଞ୍ଚଳରୁ ପୁଣି ଠାବ ହେଲା ନକଲି ଓ୍ବାସିଂ ପାଉଡର କାରଖାନା । କଟକ ସ୍ପେଶଲ ସ୍କ୍ୱାଡ୍ ଓ ଜଗତପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ ବୋଲି ଏହି କାରଖାନା ଠାବ ହୋଇଛି । ବ୍ୟାପକ ନକଲି ଓ୍ବାସିଂ ପାଉଡର ଜବତ ହୋଇଥିବା ଜଣାପଡ଼ିଛି । ପୋଲିସ ସେହି କାରଖାନାକୁ ସିଲ୍ କରି ଚଢାଉ ଜାରି ରଖିଛି । କାରଖାନାରେ ବ୍ୟବହୃତ ମେସିନ, ନକଲି ଓ୍ବାସିଂ ପାଉଡର ଜରି, ଲେବଲ ଷ୍ଟିକର ସବୁ ଜବତ କରିଛି । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି କରି ବିକୁଥିଲେ ନକଲି ଓ୍ବାସିଂ ପାଉଡର ।
You Can Read: