ନୂଆଦିଲ୍ଲୀ ୨୮।୫: ରେସଲର ମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଏବେ ରାଜୀତି ଉଷ୍ମ ହେବାରେ ଲାଗିଛି। ମାମଲାରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଓ ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଟ୍ୱିଟ୍ କରି ରେସ୍ଲରମାନଙ୍କୁ ସମର୍ଥନ କରିଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ଏଥିରେ ଏବେ ଯାହା ଖବର ଆସୁଛି କୃଷକ ନେତା ରାକେଶ ଟିକାୟତ ମଧ୍ୟ ରେସ୍ଲରମାନଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ସେ ରେସ୍ଲରମାନଙ୍କୁ ମୁକ୍ତ କର ନଚେତ ମୋତେ ଗିରଫ କର ବୋଲି ଦାବି କରିଛନ୍ତି।
wp:html/wp:htmlराज्याभिषेक पूरा हुआ - 'अहंकारी राजा' सड़कों पर कुचल रहा जनता की आवाज़! pic.twitter.com/9hbEoKZeZs
— Rahul Gandhi (@RahulGandhi) May 28, 2023
ଏହି ଦାବି ନେଇ ସେ ଦିଲ୍ଲୀ-ଗାଜିୟାବାଦ ବର୍ଡରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମେ ପୋଲିସ ଖେଳାଳିମାନଙ୍କୁ ଛାଡିଲେ ସେ ବର୍ଡରରୁ ଉଠିବେ, ନଚେତ ସେ ବର୍ଡର ଛାଡି ଯିବେନି ବୋଲି ଧମକ ଦେଇଛନ୍ତି। ତେବେ ରାକେଶ ଟିକାୟତ ତାଙ୍କ ସମର୍ଥକଙ୍କ ସହ ଦିଲ୍ଲୀ ସହର ଭିତରକୁ ପ୍ରବେଶ ଉଦ୍ୟମ କରୁଛନ୍ତି। ହେଲେ ପୋଲିସ ଟିକାୟତ ଓ ସମର୍ଥକଙ୍କୁ ଦିଲ୍ଲୀ-ଗାଜିୟାବାଦ ବର୍ଡରରେ ଅଟକାଇଛି।
wp:html/wp:htmlखिलाड़ियों की छाती पर लगे मेडल हमारे देश की शान होते हैं। उन मेडलों से, खिलाड़ियों की मेहनत से देश का मान बढ़ता है।
— Priyanka Gandhi Vadra (@priyankagandhi) May 28, 2023
भाजपा सरकार का अहंकार इतना बढ़ गया है कि सरकार हमारी महिला खिलाड़ियों की आवाजों को निर्ममता के साथ बूटों तले रौंद रही है।
ये एकदम गलत है। पूरा देश सरकार के… pic.twitter.com/xjreCELXRN
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଜନ୍ତରମନ୍ତରରେ ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ସରଣ ସିଂହଙ୍କ ଗିରଫ ଦାବିରେ ରେସ୍ଲରମାନେ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇଛନ୍ତି। ଏଥିରେ ଦାବି ପାଇଁ ରେସ୍ଲରମାନେ ନୂଆ ସଂସଦ ଭବନ ମାର୍ଚ୍ଚ କରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ସହ ଖେଳାଳିମାନଙ୍କୁ ଧରି ନେଇଛି।
wp:html/wp:htmlनई संसद के उद्घाटन का हक़ राष्ट्रपति जी से छीना,
— Mallikarjun Kharge (@kharge) May 28, 2023
सड़कों पर महिला खिलाड़ियों को तानाशाही बल से पीटा!
BJP-RSS के सत्ताधीशों के 3 झूठ अब देश के सामने बे-पर्दा हैं
1. लोकतंत्र
2. राष्ट्रवाद
3. बेटी बचाओ
याद रहे मोदी जी,
लोकतंत्र केवल इमारतों से नहीं,
जनता की आवाज़ से चलता है।
ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ସତର୍କତା ସ୍ୱରୂପ ଦିଲ୍ଲୀ-ଟିକରୀ ବର୍ଡରକୁ ସିଲ କରିଦିଆଯାଇଛି। ଟିକରୀ ବର୍ଡରରେ ପୋଲିସ ବାରିକେଡ ଲଗାଇ ଦିଲ୍ଲୀକୁ ପ୍ରବେଶ ଲାଗି ସବୁ ରାସ୍ତା ବନ୍ଦ କରିଦେଇଛି। ସେପଟେ ଖେଳାଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଦିଲ୍ଲୀ ପୋଲିସ ଏବେ ଚାରିଆଡୁ ଘେରି ଯାଇଛି। ବିରୋଧୀ ଦଳମାନେ ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଓ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।