ପ୍ୟାକ୍ସ ସ୍ଥାନ ବଦଳିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଲେ ଚାଷୀ

Published By : Prameya-News7 Bureau | March 24, 2025 IST

ବିନିକା ପ୍ୟାକ୍ସ ସ୍ଥାନ ବଦଳିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଥିବା ପ୍ରାଥମିକ କୃଷି ସେବା ସମବାୟ କାର୍ଯ୍ୟାଳୟକୁ ଉଲୁଣ୍ଡା ବଦଳରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମସୁଧା କରୁଛନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର । ଏହାର ପ୍ରତିବାଦରେ ଉଲୁଣ୍ଡା ଖେଳ ପଡ଼ିଆରେ ସମିତି ଅନ୍ତର୍ଗତ ଚାଷୀ ପ୍ରତିନିଧିମାନେ ଏକାଠି ହୋଇ ଏକ ବୈଠକ କରିଥିବା ବେଳେ ସମସ୍ତଙ୍କ ମତାମତ ଗ୍ରହଣ କରୁଛନ୍ତି । 

ବର୍ତ୍ତମାନ ଭଡ଼ାଘରେ ଚାଲିଥିବା ଏହି ପ୍ୟାକ୍ସର ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିବା ବେଳେ ଉଲୁଣ୍ଡା ଗଣ୍ଡାବାହାଲ ଠାରେ ହିଁ ନୂତନ କୋଠା ନିର୍ମାଣ ହେଉ ବୋଲି ଦାବି ହୋଇଛି । ପ୍ୟାକ୍ସର ସଂପାଦକ ଓ ସଭାପତି ଉଦ୍ଦେଶ୍ୟମୂଳକ ଭାବେ ପ୍ୟାକ୍ସକୁ ସ୍ଥାନାନ୍ତର କରିବାକୁ ଚକ୍ରାନ୍ତ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ସମାଧାନ ନହେଲେ ଆଗକୁ ଭୀଷଣ ଆନ୍ଦୋଳନ ସହ ଡିଆରସିଏସ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।


You Can Read:

ବିଷାକ୍ତ ଛତୁଆ ଖାଇ ମୃତ୍ୟୁ ଘଟଣା : ଡାକ୍ତର କହିଲେ ଗୁରୁତର ବାପା-ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.