ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ, ଠେଙ୍ଗାରେ ପିଟି ପିଟି ବାପାଙ୍କୁ ହତ୍ୟା

Published By : Prameya-News7 Bureau | June 22, 2025 IST

ନୂଆପଡା ୨୨।୬: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ବାପାଙ୍କୁ ହତ୍ୟା । ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟାକାରୀ ପୁଅ ଥାନାରେ ଅଟକ । ତଦନ୍ତ ଜାରି ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗ୍ରାମରେ ବାପାଙ୍କୁ ହତ୍ୟା କରିଛି ପୁଅ । ମଦ ନିଶାରେ ଆସି ପୁଅ ଘରେ ପାଟିତୁଣ୍ଡ କରିଥିଲେ । ଉଭୟ ବାପା-ପୁଅଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ଫଳରେ ପୁଅ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ବାପାଙ୍କୁ ପିଟିଥିଲା । ପୁଅର ଠେଙ୍ଗା ଆକ୍ରମଣରେ ବାପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି କୁରୁମୁଣ୍ଡାର ୬୦ ବର୍ଷ ବୟସ୍କ ପବନ ସିଂ ବରିହା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅଭିଯୁକ୍ତ ପୁଅ ତୁଲାରାମ ବରିହା ବେଲଟୁକୁରି ଥାନାରେ ଅଟକ ରଖାଯାଇଛି ।  

ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ନୂଆପଡା ଏସ୍‌ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ପହଞ୍ଚି ତଦନ୍ତ କରିଥିବା ସୂଚନା ରହିଛି । 

You Can Read:

ଗଞ୍ଜାମର ୨୮ ଅପରାଧୀଙ୍କ ଘରେ ଲାଗିଲା ଲଟ୍‌କା, ହାଜର ନହେଲେ ବାଜ୍ୟାପ୍ତ ହେବ ସମ୍ପତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.