ଅର୍ଥ ସାଜିଲା ବାଧକ, ଝିଅର ଶବକୁ ୬ କି.ମି. ଟ୍ରଲିରେ ବୋହିନେଲେ ବାପା

Published By : Prameya-News7 Bureau | July 18, 2025 IST

ଜଳେଶ୍ବର ୧୮୭: ଟ୍ରଲିରେ ବୁହା ହେଲା ଶବ । ଆମ୍ବୁଲାନ୍ସ ପାଇଁ ଅର୍ଥ ଯୋଗାଡ କରି ନ ପାରିବାରୁ ମୃତ ଝିଅର ଶବକୁ ଟ୍ରଲିରେ ୬ କି.ମି. ଦୂର ଡାକ୍ତରଖାନାକୁ ବୋହିନେଲା ବାପା । ଭାଇରାଲ ହେଲା ଭିଡିଓ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଦେଉଳା ପଂଚାୟତ ବିନ୍ଧାଣି ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଅପରାହ୍ନ ସମୟରେ ମଧୁ ବିନ୍ଧାଣିଙ୍କ ଝିଅ କୌଣସି କଥାକୁ କେନ୍ଦ୍ରକରି ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ବାଳିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପରିବାର  ଲୋକଙ୍କୁ ଦାୟିତ୍ୱ ଦେଇ ଚାଲି ଯାଇଥିଲେ । ମାତ୍ର ମଧୁ ଝିଅର ଶବକୁ ଆମ୍ବୁଲାନ୍ସରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ବୋହି ନେବାକୁ ଅର୍ଥ ଯୋଗାଡ଼ କରି ନପାରି ଶେଷରେ ପଡୋଶୀଙ୍କ ଟ୍ରଲିରେ ଶବକୁ ୬ କି.ମି. ଦୂର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୋହି ନେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅର୍ଥ ଅଭାବରୁ ଝିଅର ଶବକୁ ଟ୍ରଲିରେ ହୋହି ନେଇଥିବା କଥା ବାପା ମଧୁ ବିନ୍ଧାଣି ନିଜେ ସ୍ବୀକାର କରିଛନ୍ତି । ତେବେ ସରକାର ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ପୋଲିସର ଏଭଳି ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

You Can Read:

ଦୁଇ ଝିଅଙ୍କ ସହ ଆତ୍ମହତ୍ୟା ଉଦ୍ୟମ କଲେ ମା’, ପାରିବାରିକ ଅଶାନ୍ତିରୁ ଏଭଳି ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.