ନୂଆଦିଲ୍ଲୀ: ତୁର୍କୀର ଦୁଇଟି ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ବିମାନରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ହେଲିକପ୍ଟର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସ୍ଥାନୀୟ ପ୍ରଶାସନ କହିବାନୁସାରେ, ନିୟମିତ ତାଲିମ ବିମାନ UH-1 ଉଡ଼ାଣ ସମୟରେ ଦକ୍ଷିଣ-ପଶ୍ଚିମ ଇସର୍ଟା ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର୍ ଜେନେରାଲ୍ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଟି ହେଲିକପ୍ଟର କାହିଁକି ଧକ୍କା ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏରିନ୍ କହିଛନ୍ତି ଯେ ତଦନ୍ତ ଆରମ୍ଭ ହୋଇଛି।