ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଓ ରୋଷଘରର ହେବ ସୌନ୍ଦର୍ଯ୍ୟକରଣ, ନୀଳାଦ୍ରୀ ବିଜେ ଶେଷ ହେବା ପରେ ଆରମ୍ଭ ହେବ କାର୍ଯ୍ୟ

Published By : Prameya-News7 Bureau | March 13, 2025 IST

ପୁରୀ : ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ କାର୍ଯ୍ୟ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେବ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହିତ ଗୁଣ୍ଡିଚା ମନ୍ଦିର ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଅନୁଧ୍ୟାନ ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ତେବେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ କାର୍ଯ୍ୟ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଓବିସିସି ଓ ଟାଟା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ ଭବନ ନିର୍ମାଣ ନେଇ ସ୍ଥାନ ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ।

ଉତ୍ତରଦ୍ୱାର ନିକଟରେ ଖୋଲାଯିବ ଅନ୍ନକ୍ଷେତ୍ର, ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପରେ ଗଜପତିଙ୍କ ସୂଚନା 

ସେହିଭଳି ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ଓ ଗୁଣ୍ଡିଚା ମନ୍ଦିରର ରୋଷଘର କାର୍ଯ୍ୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ଚଳିତବର୍ଷ ନୀଳାଦ୍ରୀ ବିଜେ ଶେଷ ହେବା ପରେ ରୋଷଘର କାର୍ଯ୍ୟ ଆରମ୍ଭ ହେବ । 

ସେହିପରି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ହେବ ସଂରକ୍ଷଣ । ପରିକ୍ରମା ପ୍ରକଳ୍ପ ଚାରିପଟେ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ନାମ ଯଜ୍ଞ, ଧ୍ୟାନ ଯଜ୍ଞ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାରିପଟେ ଚାଲୁଥିବା କିଛି ଇଭେଣ୍ଟ ପାଇଁ ନୂତନ ମାର୍ଗଦର୍ଶିକା ହେବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ହେବ ରିସେପସନ୍ ସେଣ୍ଟର । ନରେନ୍ଦ୍ର ମହଲାରେ ହେବ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ଉତ୍ତର ଦ୍ବାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ଜମିରେ ହେବ ଅନ୍ନକ୍ଷେତ୍ର । ଆନନ୍ଦବଜାରରେ କେବଳ ମହାପ୍ରସାଦ ବିକ୍ରି ହେବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

You Can Read:

ଭୁବନେଶ୍ବରରେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.