କଂଗ୍ରେସରେ ଯୋଗଦେଲେ ସୁନୀତା ବିଶ୍ବାଳ, ବୁଧବାର ବିଜେଡିରୁ ଦେଇଥିଲେ ଇସ୍ତଫା

Published By : Prameya-News7 Bureau | July 10, 2025 IST

ଭୁବନେଶ୍ବର ୧୦।୭: ଶଙ୍ଖ ଛାଡ଼ି ହାତ ଘରିଲେ ବିଜେଡି ନେତ୍ରୀ ସୁନୀତା ବିଶ୍ୱାଳ । ବିଜେଡି ଦଳ ଛାଡି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ୨୦୧୯ରେ ସୁନ୍ଦରଗଡ଼ ଆସନରୁ ସାଂସଦ ପ୍ରାର୍ଥୀ ହୋଇଥିବା ସୁନୀତା । ବୁଧବାର ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ । 

ବିଜେଡି ଛାଡ଼ିବା ପରେ ସୁନୀତା ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ସୁନୀତାଙ୍କ କଂଗ୍ରେସର ଯୋଗଦାନ ନେଇ ତାଙ୍କ ଭଉଣୀ ଅମିତା ବିଶ୍ୱାଳ ସ୍ପଷ୍ଟ କରିଥିଲେ । ସୁନୀତା ଓ ଅମିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ଵାଳଙ୍କ ଝିଅ । ଅମିତା କହିଥିଲେ, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି । ବିଜେଡିରେ ସେ ଅଣଦେଖା ହେଉଥିଲେ । ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି । ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ ଥିଲେ । ଯାହାକୁ ନେଇ ଲୋକେ ଅନେକ ପ୍ରଶ୍ନ କରୁଥିଲେ । ଏବେ ତାହାର ଅବସାନ ହୋଇଛି।” 

ଉଲ୍ଲେଖଯୋଗ୍ୟ ଯେ, ସୁନୀତା ବିଶ୍ୱାଳ ୨୦୧୯ ସାଧାରଣ ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । କିନ୍ତୁ ବିଜେପିର ଜୁଏଲ୍ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । 

You Can Read:

ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ଆହ୍ବାନ, ରାୟଗଡ଼ା ପୋଲିସ ଲଗାଇଲା ବ୍ୟାନର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.