କର୍ଣ୍ଣାଟକର ପୂର୍ବତନ ସିଏମ ଏସ୍. ଏମ୍ କୃଷ୍ଣାଙ୍କ ପରଲୋକ, ଦୁଃଖପ୍ରକାଶ କଲେ ପ୍ରିୟଙ୍କା ଖଡଗେ

Published By : Prameya-News7 Bureau | December 10, 2024 IST

ବେଙ୍ଗାଲୁରୁ ୧୦/୧୨: କର୍ଣ୍ଣାଟକର ପୂର୍ବତନ ସିଏମ ଏସଏମ କୃଷ୍ଣାଙ୍କ ପରଲୋକ । ମଙ୍ଗଳବାର ବିଳମ୍ୱିତ ରାତିରେ ପୂର୍ବତନ ସିଏମ ତଥା ବରିଷ୍ଠ କଂଗ୍ରେସ ନେତା ଏସଏମ କୃଷ୍ଣାଙ୍କ ବାସଭବନରେ ଦେହାନ୍ତ ହୋଇଛି । ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏହି ବରିଷ୍ଠ ରାଜନେତା । 

ସେପଟେ ତାଙ୍କ ଦେହାନ୍ତରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ପ୍ରିୟଙ୍କା ଖଡଗେଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖପ୍ରକାଶ କରିଛନ୍ତି । ପ୍ରିୟଙ୍କା ସୋସିଆଲ ମିଡିଆରେ ଲେଖିଛନ୍ତି, "ଶ୍ରୀ ଏସଏମ କୃଷ୍ଣଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ। ଜଣେ ମୁଖ୍ୟମନ୍ତ୍ରୀ ତଥା ନେତା ଭାବରେ ସେ ରାଜ୍ୟ ତଥା ଦେଶ ପାଇଁ ଏକ ଅବିସ୍ମରଣୀୟ ଛାପ ଛାଡିଯାଇଛନ୍ତି। 

ତାଙ୍କର ଦୃଷ୍ଟିକୋଣ ଏବଂ ଉତ୍ସର୍ଗୀକୃତତା କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁର ପ୍ରଗତି ହୋଇଥିଲା । ତାଙ୍କର ଅମର ଆତ୍ମାର ସଦଗତି ହେଉ ଏହାହି ଭଗବାନଙ୍କ ନିକଟରେ ପ୍ରାର୍ଥନା । ସେହିଭିଳ ଚନ୍ଦ୍ରବାବୁ ନାଇଡୁ ବି ଦଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି "କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସଏମ କୃଷ୍ଣାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। 

ମେ ୧ ୧୯୩୨ରେ ମଦଦୁର ତାଲୁକାର ସୋମାନାହାଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସିଏମ ଏସଏମ କୃଷ୍ଣା। ସେ ମାଇସୋରରେ ତାଙ୍କର ପ୍ରାଥମିକ ଏବଂ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ବେଙ୍ଗାଲୁରୁର ସରକାରୀ ଆଇନ ମହାବିଦ୍ୟାଳୟରେ ଆଇନ ଅଧ୍ୟୟନ କରିଥିଲେ ସେ । 

ସେ ମଦଦୁରରୁ ବିଧାୟକ ଭାବରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୨ ମସିହାରେ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜିତିଥିଲେ । ସେ ୧୯୬୪ରେ ବିବାହ କରିଥିଲେ । ୧୧ ଅକ୍ଟୋବର ୧୯୯୯ ରୁ ୨୦ ମଇ ୨୦୦୪ ମଧ୍ୟରେ କର୍ଣ୍ଣାଟକର ସିଏମ୍ ଭାବରେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ୬ ଡିସେମ୍ବର ୨୦୦୪ରୁ ୮ମାର୍ଚ୍ଚ ୨୦୦୮ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ଥିଲେ। 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.