ଖଣ୍ଡପଡ଼ା ଗଡ଼ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ୭୦ ବର୍ଷରେ ଦେହାନ୍ତ

Published By : Prameya-News7 Bureau | August 07, 2025 IST

ନୟାଗଡ ୦୭/୦୮: ଖଣ୍ଡପଡ଼ା ଗଡ଼ ରାଜା, ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ। ଗୁରୁବାର ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ହୃଦୟ ଜିନିତ ରୋଗରେ ପୀଡ଼ିତ ହୋଇ କିଛିଦିନ ହେବ ଅସୁସ୍ଥ ଥିଲେ। 


ମୃତ୍ୟୁ ବେଳେକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଖଣ୍ଡପଡ଼ା ଆସନରୁ ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ଜଡ଼ିତ ଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.