ବିବାହର ୩ ବର୍ଷ ପରେ ଅଲଗା ହେବେ ହଂସିକା-ସୋହେଲ! ସୋସିଆଲ ମିଡିଆ ଡିଲିଟ୍‌ କଲେ ସବୁ ଫଟୋ

Published By : Prameya-News7 Bureau | August 06, 2025 IST

ମୁମ୍ଵାଇ ୦୬।୦୮; ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନୀ । ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫ ଲାଇମ୍‌ ଲାଇଟ୍‌କୁ ଆସିଛି । ଶୁଣିବାକୁ ମିଳିଛି ଯେ ତାଙ୍କ ଶିଳ୍ପପତି ସ୍ବାମୀ ସୋହେଲ ଖତୁରିଆଙ୍କଠାରୁ ଅଲଗା ହେଉଛନ୍ତି। ଏ ବିଷୟରେ ସେ ନିଜେ କିଛି କହି ନାହାଁନ୍ତି, କିନ୍ତୁ ଏହି ଖବର ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଗତ ମାସରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ହଂସିକା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି।

ହଂସିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା ବହୁତ ବଢ଼ିଛି। ଯାହାର କାରଣ ହେଉଛି ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ। ହଂସିକା ତାଙ୍କ ସ୍ୱାମୀଙ୍କ ଫଟୋ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ କରିଦେଇଛନ୍ତି। ୧୮ ଜୁଲାଇ, ୨୦୨୫ ପରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ କୌଣସି ପୋଷ୍ଟ ସେୟାର କରି ନାହାଁନ୍ତି। ବର୍ତ୍ତମାନ ପାଇଁ ସେ କୌଣସି ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ସେୟାର କରି ନାହାଁନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋହେଲ ହଂସିକାଙ୍କ ବେଷ୍ଟ ଫ୍ରେଣ୍ଡଙ୍କ ସ୍ୱାମୀ ଥିଲେ। ହଂସିକା ଉଭୟଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ, କିନ୍ତୁ ପରେ ତାଙ୍କ ବେଷ୍ଟ ଫ୍ରେଣ୍ଡ ଏବଂ ସୋହେଲ ଅଲଗା ହୋଇ ଯାଇଥିଲେ।

କୁହାଯାଇଛି ଯେ ୪ ଡିସେମ୍ବର ୨୦୨୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଯୋଡି ଗତ କିଛି ସମୟ ଧରି ଅଲଗା ରହୁଛନ୍ତି। ହଂସିକା ତାଙ୍କ ମା’ଙ୍କ ସହ ରହୁଛନ୍ତି ଓ ସୋହେଲ ତାଙ୍କ ପିତାମାତାଙ୍କ ସହ ରହୁଛନ୍ତି। କିନ୍ତୁ ଏକ ବଡ଼ ପରିବାର ସହ ତାଳମେଳ ରଖିବା ଏକ ସମସ୍ୟା ଥିଲା। କିନ୍ତୁ ଲାଗୁଛି ସମସ୍ୟା ଏବେ ମଧ୍ୟ ରହିଛି। ହଂସିକା ମୋଟୱାନୀ ଓ ସୋହେଲ ଖତୁରିଆ ଡିଭୋର୍ସ କିମ୍ବା ସମ୍ପର୍କରେ ଫାଟ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇ ନାହାଁନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.