ବଢ଼ିଲା ବାଇଜୁସ୍‌ର ଅଡ଼ୁଆ, କମ୍ପାନି ବିରୋଧରେ NCLTରେ ମାମଲା ରୁଜୁ କଲେ ଚାରି ନିବେଶକ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବାଇଜୁସ୍‌ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ବାଇଜୁସ୍‌ର ସଂସ୍ଥାପକ ବାଇଜୁ ରବିନ୍ଦ୍ରନ୍‌ଙ୍କ ବିରୋଧରେ ଇଡି ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି । ଆଉ ଆଜି ଅର୍ଥାତ୍‌ ଶୁକ୍ରବାର ରବିନ୍ଦ୍ରନଙ୍କ ବିରୋଧରେ ଜାତୀୟ କମ୍ପାନି ଆଇନ ପ୍ରାଧିକରଣ (ଏନସିଏଲଟି)ରେ ମାମଲା ଦାୟର କରିଛନ୍ତି ବାଇଜୁସର ଜାରି ନିବେଶକ। ଏମାନେ କମ୍ପାନି ବିରୋଧରେ ଖରାପ ପରିଚାଳନା ଏବଂ ଚାପ ପକାଯାଉଥିବା ନେଇ ମକଦ୍ଦମା ଦାୟର କରିଛନ୍ତି।

ଏହା ସହ ନିବେଶକମାନେ ଏନସିଏଲଟିରେ ବାଇଜୁ ରବିନ୍ଦ୍ରନଙ୍କୁ କମ୍ପାନି ଚଳାଇବା ପାଇଁ ଅଯୋଗ୍ୟ ଘୋଷିତ କରିବା ସହ ନୂଆ ବୋର୍ଡ ନିଯୁକ୍ତ କରିବାକୁ ଅପିଲ୍‌ କରିଛନ୍ତି । ଆବେଦନରେ ଫରେନସିକ୍‌ ଅଡିଟ୍‌ ଏବଂ ପରିଚାଳନାକୁ ନିବେଶକଙ୍କ ସହ ସୂଚନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ହୀରାନନ୍ଦାନୀ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଇଡି ରେଡ୍‌, ଫେମା ଉଲ୍ଲଘଂନ ନେଇ କାର୍ଯ୍ୟାନୁଷ୍ଠାନ

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯାଚିକାରେ ନିକଟରେ ସରିଥିବା ୨୦ କୋଟି ଆମେରିକୀୟ ଡଲାରର ରାଇଟ୍ସ ଇସ୍ୟୁକୁ ଅମାନ୍ୟ ଘୋଷଣା କରିବା ଏବଂ ଏହି ନିର୍ଦ୍ଦେଶ ଦେବା ଦାବି କରାଯାଇଛି। ଏଥିରେ କୁହାଯାଇଛି କମ୍ପାନି ଏଭଳି କୌଣସିବି କର୍ପୋରେଟ୍‌ କାର୍ଯ୍ୟାନୁଷ୍ଠାନ ନକରିବା ଦରକାର ଯାହା ଦ୍ବାରା ନିବେଶକ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଯାଚିକା ଉପରେ ଟାଇଗର ଏବଂ ଆଉଲ ଭେଞ୍ଚର୍ସ ସହ ନିବେଶକ ପ୍ରୋସେସ, ଜିଏ, ସୋଫିନା ଏବଂ ପିକ୍ XVର ହସ୍ତାକ୍ଷର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.