ବ୍ରହ୍ମପୁର ୨୫।୧: ଲୋକଙ୍କୁ ସୁବିଧାରେ ଚିକିତ୍ସା ସୁବିଧା ଯୋଗାଇବାକୁ ଅନବରତ ଉଦ୍ୟମ କରୁଛି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ । ମାଗଣାରେ ଔଷଧ ଯୋଗାଣ କରି ରୋଗୀଙ୍କୁ ଉଚ୍ଚତର ଚିକିତ୍ସାର ସୁବିଧା ବି ଯୋଗାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ଠାରେ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଛତ୍ରପୁର ପ୍ରେସ୍ କ୍ଲବ ସହଯୋଗରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ -୩ ପକ୍ଷରୁ ମାଗଣା ମେଗା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ବିଭିନ୍ନ ରୋଗର ଚିକିତ୍ସା କରାଇଥିଲେ । ମାଗଣାରେ ଚିକିତ୍ସା ସୁବିଧା ପାଇବା ସହ ମାଗଣାରେ ଔଷଧ ବି ପାଇଥିଲେ । ମେଡ଼ିସିନ, ଗ୍ୟାଷ୍ଟିରଲୋଜି, ଡାଇବେଟିସ ଭଳି ୧୧ଟି ବିଭାଗର ଡାକ୍ତର ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ମାଗଣା ଚିକିତ୍ସା ସେବା ଯୋଗାଇଥିଲେ । ସମ୍ ହସ୍ପିଟାଲର ଏଭଳି ପ୍ରୟାସ ଏବଂ ମାଗଣା ଚିକିତ୍ସା ପାଇ ବେଶ୍ ଖୁସି ଜାହିର କରିବା ସହ ସମ୍ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ । ସେପଟେ ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ସମ୍ ହସ୍ପିଟାଲର ପ୍ରୟାସକୁ ବେଶ୍ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଘର ନିକଟରେ କିଭଳି ଉଚ୍ଚତର ଚିକିତ୍ସା ଲୋକେ ପାଇବେ ସେ ନେଇ ସମ୍ ହସ୍ପିଟାଲ ନିରନ୍ତର ଭାବେ ପ୍ରୟାସ କରିଛି । ଆଗାମୀ ଦିନରେ ବି ଏଭଳି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ସମ୍ ମେଡିକାଲ କର୍ତ୍ତୃପକ୍ଷ । ଏଭଳି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦେଇ ଚିକିତ୍ସା ଶିବିରର ଅନୁଧ୍ୟାନ କରିଥିଲେ । ସମ୍ ହସ୍ପିଟାଲର ଏଭଳି ପ୍ରୟାସକୁ ବେଶ୍ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ । ଆଗାମୀ ଦିନରେ ଏଭଳି ପ୍ରୟାସ ଜାରି ରଖି ଲୋକଙ୍କୁ ଉଚ୍ଚତର ଚିକିତ୍ସା ଯୋଗାଇବେ ବୋଲି ଜିଲ୍ଲାପାଳ ଆଶା ରଖିଥିବା କହିଛନ୍ତି ।
ବାସ୍ତବରେ ଲୋକଙ୍କ ହାତ ପାଆନ୍ତାରେ ମାଗଣା ଚିକିତ୍ସା ସେବାକୁ ପହଞ୍ଚାଉଛି ସମ୍ ହସ୍ପିଟାଲ । ଏଭଳି ପ୍ରୟାସ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ସମ୍ ହସ୍ପିଟାଲକୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ବି ଜଣାଇଛନ୍ତି ।
You Can Read:
ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ ବାପା-ମା’ଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଜଣାପଡ଼ିନି କାରଣ