ଢେଙ୍କାନାଳ ୨୮।୫: ଭିଜିଲାନ୍ସ ପଞ୍ଝାରେ ଢେଙ୍କାନାଳ ଜିଲ୍ଲା ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ । ୪ଟି ମ୍ୟୁଟେସନ କେସ୍ରେ ଆରଆଇ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ନେବା ସହ ଶଶୀଭୂଷଣ ଓ ପିଅନ ବିଷ୍ଣୁବଲ୍ଲଭ ଖଟୁଆଙ୍କୁ କାବୁ କଲା ଢେଙ୍କାନାଳ ଭିଜିଲାନ୍ସ ।
ସୂଚନାଯୋଗ୍ୟ ଯେ, ୪ଟି ମ୍ୟୁଟେସନ କେସ୍ରେ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ । ଅଭିଯୋଗ ପାଇ ଛକି ବସିଥିବା ଭିଜିଲାନ୍ସ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଲାଞ୍ଚ ଟଙ୍କା ସହିତ କାବୁ କରିଛି । ଧରା ପଡିଥିବା ଏହି ସରକାରୀ ବାବୁ ଜଣଙ୍କ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳୀ ଆରଆଇ ଶଶୀଭୂଷଣ ବେହେରା । ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରି ଗିରଫ କରିଛି । ଗିରଫ ଶଶୀ ଭୂଷଣ ବେହେରା ତାଙ୍କ ଅଫିସ ପିଅନ ମଧ୍ୟମରେ ଏହି ଟଙ୍କା ଲାଞ୍ଚ ନେଉଥିଲେ । ଫଳରେ ଭିଜିଲାନ୍ସ ଏହି ଘଟଣାରେ ଗଣ୍ଡା ନାଳୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ଆରଆଇ ଶଶୀଭୂଷଣଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ଖଙ୍କର ଗ୍ରାମରେ । କାବୁ କରିବା ପରେ ଭିଜିଲାନ୍ସ ପକ୍ଷରୁ ଗଣ୍ଡାନାଳୀ ଆରଆଇ ଅଫିସ, ହିନ୍ଦୋଳ ତହସିଲ ଅଫିସ ଓ ଶଶୀଭୂଷଣଙ୍କ ପୈତୃକ ଘର ଖଙ୍କର ଓ ଢେଙ୍କାନାଳ ସହରର ସତ ସଂଘ ବିହାର ସ୍ଥିତ ଭଡାଘର ଆଦି ଯାଞ୍ଚ କରୁଛି ଭିଜିଲାନ୍ସ । ଆରଆଇ ଶଶୀଭୂଷଣ ବେହେରା ବିଭିନ୍ନ ସରକାରୀ କାମରେ ଲାଞ୍ଚ ନିଅନ୍ତି ବୋଲି ଭିଜିଲାନ୍ସରେ ଅନେକ ଅଭିଯୋଗ ହୋଇଥିଲା । ତେବେ ନୂଆବଗ ଗ୍ରାମର ଅଷ୍ଟମୀ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କର ୪ଟି ଜାଗାର ମ୍ୟୁଟେସନ ପାଇଁ ଆବେଦନ କରିଥିଲେ । ମାତ୍ର ତାଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଆରଆଇ ଶଶୀଭୂଷଣ । ଫଳରେ ବାଧ୍ୟ ହୋଇ ଅଷ୍ଟମୀ ଢେଙ୍କାନାଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଭିଜିଲାନ୍ସର ଏକ ଟିମ୍ ପିଅନ ବିଷ୍ଣୁ ବଲ୍ଲଭଙ୍କ ମାଧ୍ୟମରେ ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ଶଶୀଭୂଷଣଙ୍କୁ ମାଡି ବସିଥିଲା । ଲାଞ୍ଚ ଗ୍ରହଣ କରିଥିବା ରାସାୟନିକ ପ୍ରଲେପ ୬୦ ହଜାର ଟଙ୍କା ତାଙ୍କ ଠାରୁ ଉଦ୍ଧାର କରି ଶଶୀଭୂଷଣ ବେହେରା ଓ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ଗିରଫ କରିଛି ଭିଜିଲାନ୍ସ ।
You Can Read: