ଭଦ୍ରକ ୫।୨: ସରକାରୀ ଯୋଜନାରୁ କଟିଲା ନାଁ । ଯୋଜନାରୁ ନାଁ କଟିବା ପରେ ଖୋଲିଗଲା ସବୁ ଗୁମର । ଭାଇର କାଗଜପତ୍ର ଦେଇ ଚାକିରି ହାତେଇଛି ଭାଇ । ଯୋଜନାରୁ ବାଦ୍ ପଡ଼ିବା ପରେ ଭାଇ କହୁଛି ମୋତେ ଚାକିରି ଦିଅ ନହେଲେ ସରକାରୀ ଯୋଜନାରେ ସାମିଲ କର । ଏଭଳି ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ପରିବିନ୍ଧା ଅଧିନ ରସୁଲପୁର ଗ୍ରାମର ପ୍ରହଲ୍ଲାଦ ଜେନା ଜିଲ୍ଲାପାଳ, ଏସ୍ପି ଓ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ରସୁଲପୁରର ପ୍ରହଲ୍ଲାଦ ଜେନା କୌଣସି ସରକାରୀ ଯୋଜନା ପାଇଁ ଆବେଦନ କଲେ ତାଙ୍କୁ ସୁଯୋଗ ମିଳୁନାହିଁ । କାଳିଆ ଯୋଜନା, ସୁଭଦ୍ରା ଭଳି ଯୋଜନା ମଧ୍ୟ ପରିବାର ପାଇପାରି ନାହିଁ । ତାଙ୍କର ଥିବା ରାସନ କାର୍ଡ ମଧ୍ୟ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସରକାରୀ ସୁବିଧା ନେବାରେ ସକ୍ଷମ ନୁହନ୍ତି, କାରଣ ସରକାରୀ ଚାକିରି ଥିବା କହିବା ପରେ ଖୋଳତାଡ ଆରମ୍ଭ କରିଥିଲେ ପ୍ରହଲ୍ଲାଦ । କିନ୍ତୁ ସେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଭାଇ ତାଙ୍କ କାଗଜପତ୍ରରେ ଚାକିରି କରିଛନ୍ତି । ତେଣୁ ସେ ସରକାରୀ ସୁବିଧା ପାଉନାହାନ୍ତି । ଏମିତି କି ଏବେ ରାସନ କାର୍ଡ କଟିବା ପାଇଁ ଯାଉଛି । କିନ୍ତୁ ଭାଇ ଖୁଦିରାମ ଚାକିରି କରି ମଧ୍ୟ ସବୁ ସରକାରୀ ସୁବିଧା ଓ ଯୋଜନା ପାଉଛନ୍ତି । ସେ ଏବେସବୁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପହଞ୍ଚି କହିଛନ୍ତି ଯେ, ତଦନ୍ତ ହେଉ । ଯଦି ସେ ଦୋଷୀ ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନହେଲେ ସରକାରୀ ଚାକିରି ଦିଆଯାଉ । ଘଟଣାକୁ ନେଇ ଖୁଦିରାମ କିମ୍ବା ପୋଲିସ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।
You Can Read:
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍ : ୧୧ ଛାତ୍ରଛାତ୍ରୀ ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ