ବୋରିଗୁମ୍ମା ୫।୨: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍ । ୧୧ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ବୋରିଗୁମ୍ମା ଶିଶୁ ମନ୍ଦିରରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଘରେ ଛାଡିବା ପାଇଁ ଏକ ଇକୋ ଭ୍ୟାନ୍ ମୁଣ୍ଡାଗୁଡା ଅଭିମୁଖେ ଯାଉଥିଲା । ଭ୍ୟାନ୍ରେ ୧୧ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଥିବା ବେଳେ ଭାରସାମ୍ୟ ହରାଇ ସର୍ଗିଗୁଡା ନିକଟରେ ରାସ୍ତାକଡ଼କୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକ ଦୁର୍ଘଟଣା ଦେଖି ସଙ୍ଗେ ସଙ୍ଗେ ଇକୋ ଭ୍ୟାନ୍ ମଧ୍ୟରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆହତ ଛାତ୍ରଛାତ୍ରୀଙ୍କୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ମେଡ଼ିକାଲରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ତାଙ୍କୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଇକୋ ଭ୍ୟାନ୍ଟିକୁ ଶିଶୁ ମନ୍ଦିରରେ ପାଠ ପଢୁଥିବା ପିଲାଙ୍କ ଅଭିଭାବକ ମାନେ ନିୟୋଜିତ କରିଥିଲେ ।
You Can Read:
ବାରବାଟୀ ଟିକେଟ୍ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼, ଦଳାଚକଟା ସ୍ଥିତି : ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍