ନୂଆଦିଲ୍ଲୀ: ଇସ୍ରାଏଲ ସୀମାରେ ଲେବାନନ ପକ୍ଷରୁ ହୋଇଥିବା ମିସାଇଲ୍ ମାଡ଼ରେ ଜଣେ ଭାରତୀୟଙ୍କ ମୃତ୍ୟୁ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଇସ୍ରାଏଲ ସୀମାରେ ରହିଥିବା ସମସ୍ତ ଭାରତୀୟଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଭାରତୀୟ ଦୂତାବାସାଙ୍କ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।
ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି “ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ଓ ସ୍ଥାନୀୟ ନିର୍ଦ୍ଦେଶନାମାକୁ ଦେଖି ଇସ୍ରାଏଲ୍ରେ ଥିବା ସମସ୍ତ ଭାରତୀୟ ବିଶେଷ କରି ସୀମାକୁ ବୁଲି ଯାଉଥିବା ଲୋକଙ୍କୁ ଇସ୍ରାଏଲ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି। ଆମ ଦେଶର ଲୋକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍ର ଅଧିକାରୀଙ୍କ ସହ ମିସି ଦୂତାବାସ ସେମାନଙ୍କ ପହଞ୍ଚରେ ରହିବ।”
{"width":839,"height":472}ପଢ଼ନ୍ତୁ-ଇସ୍ରାଏଲରେ ମିସାଇଲ୍ ଆଟାକ୍, ଜଣେ ଭାରତୀୟ ମୃତ ଓ ଦୁଇ ଗୁରୁତର
ଏଥିସହିତ ଦୂତାବାସ ପକ୍ଷରୁ ଇମେଲ୍ ଆଇଡି ଓ ଫୋନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଜାରି ହୋଇଥିବା ନମ୍ବର- +972-35226748 ଏବଂ ଇମେଲ୍- [email protected] । ସେହିପରି ଆମ୍ବାସୀ ପକ୍ଷରୁ ଜାରି ହୋଇଥିବା ହଟ୍ଲାଇନ ନମ୍ବର ହେଲା- 1700707889
ସୂଚନା ଥାଉକି, ଇସ୍ରାଏଲର ମାର୍ଗାଲିଓରେ ଲେବାନନ୍ ପକ୍ଷରୁ ଏକ ମିସାଇଲ୍ ଆକ୍ରମଣ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଭାରତୀୟ ଆହତ ହୋଇଛନ୍ତି। ଏମାନେ ସମସ୍ତେ କେରଳର ବୋଲି ଜଣାପଡିଛି। ହମାସ୍କୁ ସମର୍ଥନ କରି ଲେବାନନ୍ ଆକ୍ରମଣ କରିଥିବା ସୂଚନା ମିଳିଛି।