ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର

Published By : Prameya-News7 Bureau | September 15, 2023 IST

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମଜଭୁତ କରିବାରେ କୌଣସି ସୁଯୋଗ ଛାଡ଼ୁ ନାହାନ୍ତି କେନ୍ଦ୍ର ସରକାର। ବିଦେଶରୁ ଅତ୍ୟାଧୁନିକ ଫାଇଟର ଜେଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ସହ ବିଦେଶକୁ ସାମରିକ ଅସ୍ତ୍ର ରପ୍ତାନୀ ମଧ୍ୟ କରାଯାଉଛି। ବର୍ତ୍ତମାନ ଭାରତର ସାମରିକ ଶକ୍ତି ବଡ଼ ବଡ଼ ଦେଶକୁ ଟକ୍କର ଦେବାର କ୍ଷମତା ରଖିଛି ବୋଲି ବିଶେଷଜ୍ଞ କହୁଛନ୍ତି।

ଏହାରି ଭିତରେ ବାୟୁସେନା ପାଇଁ ୧୨ଟି ସୁ-୩୦ଏମ୍‌କେଆଇ ଫାଇଟର୍ସ ଜେଟ୍(ଫ୍ଲାଙ୍କର୍ସ) କିଣିବାକୁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଛନ୍ତି। ବାୟୁସେନା ବଳ ଧୀରେ ଧୀରେ ହ୍ରାସ ହେଉଥିବା ଅଭିଯୋଗ ହେଉଥିବା ବେଳେ ସରକାର ଶକ୍ତିଶାଳୀ ଫାଇଟର ଜେଟ୍ କିଣିବାକୁ ଯୋଜନା କରୁଛନ୍ତି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ସରକାର କହିଛନ୍ତି ଯେ ଏହି ବିମାନ ଭାରତରେ ଉତ୍ପାଦନ ହେବ। ବାୟୁସେନା ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌ରେ) ଏହାକୁ ୬୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମାଣ କରିବ ବୋଲି ସରକାର କହିଛନ୍ତି।

ପଢ଼ନ୍ତୁ-ନୁହରେ ପୁଣି ମୋବାଇଲ ଏବଂ SMS ସେବା ବନ୍ଦ, ୧୪୪ ଧାରା ଲାଗୁ

ବାୟୁସେନାର ୨୫୦ ରୁ ଅଧିକ ବିମାନ ମଧ୍ୟରୁ Su-30MKI ସବୁଠାରୁ ଆଧୁନିକ ହେବ। ମଲ୍‌ଟି ରୋଲ୍ ଏୟାର ଡୋମିନେନ୍ସ ଫାଇଟର ପ୍ଲେନ୍ ହେବ। ଏହି ବିମାନେରେ ଏକାଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲୋଡ୍ କରି ଆଟାକ୍ କରିହେବ। ଏହି ବିମାନରେ ଅସ୍ତ୍ର ଏମ୍କେ-୨ ଭଳି ଦୂରଗାମୀ ବାୟୁରୁ ବାୟୁକୁ ଆକ୍ରମଣ କରୁଥିବା ମିଶାଇଲ, ବ୍ରାହ୍ମୋସ ଏଯାର ଲଞ୍ଚ୍ଡ ମିସାଇଲ ଓ ଏକାଧିକ ବୋମା ଓ ଅନ୍ୟ ଅସ୍ତ୍ର ମଧ୍ୟ ବୋହି ନେଇ ହେବ। Su-30MKI ବିମାନ ୪.୫ ଜେନେରେସନ୍‌ରେ ଏୟାରକ୍ରାଫିଟ୍ ଉଭୟ ଦ୍ରୁତଗତି ଓ ମନ୍ଥର ଗତିର ଯୁଦ୍ଧାଭ୍ୟାସା କରିପାରିବ। ଆକାଶମାର୍ଗରେ ଇନ୍ଧନ ଭରିପାରିବାର କ୍ଷମତା ସହ ଦୂରଯାତ୍ରା କରି ଟାର୍ଗେଟ୍ କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.