୬ ମାସ ଭିତରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି, ସରକାର ଭିତରେ ସାମଞ୍ଜସ୍ୟ ନାହିଁ : ପ୍ରସନ୍ନ ଆଚାର୍ଯ୍ୟ

Published By : Prameya-News7 Bureau | December 12, 2024 IST

ଭୁବନେଶ୍ବର ୧୨।୧୨: ୧୬ ଦିନ ଆଗରୁ ବିଧାନସଭା ବନ୍ଦ ନେଇ ବର୍ଷିଲେ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ l ବିଧାନସଭାକୁ ଭୟ କରୁଛନ୍ତି ସରକାର । ୬ ମାସ ଭିତରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି ସରକାର l ସାମ୍ବିଧାନିକ ବ୍ୟବସ୍ଥାର ସଙ୍କଟ ଦେଖାଦେଇଛି । ସରକାର ଭିତରେ ସାମଞ୍ଜସ୍ୟ ନାହିଁ । ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । 

ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗର ଜବାବ ରଖିଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ପ୍ରସନ୍ନ ଆଚାର୍ଯ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅପ୍ରାସଙ୍ଗିକ । ସରକାର ଭିତରେ ସାମଞ୍ଜସ୍ୟ ରହିଛି । ରାଜ୍ୟପାଳଙ୍କ ସହିତ ତାଳମେଳ ଅଛି । ବିଧାନସଭାରେ କୌଣସି ବିଜିନେସ୍ ନଥିବାରୁ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଆଲୋଚନା କରି ଗୃହକୁ ବନ୍ଦ କରିଛନ୍ତି । ଯେଉଁ ବିଲ୍ କଥା କହୁଛନ୍ତି ତାହା ଆଗାମୀ ଅଧିବେଶନରେ ଆସିପାରିବ ବୋଲି ଅଶୋକ ମହାନ୍ତି କହିଛନ୍ତି ।

You Can Read: 

ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ, ସଭାପତିଙ୍କ ଠାରୁ ତୃଣମୂଳ ସ୍ତରରେ କରାଯିବ ସଂଗଠନ ନିର୍ବାଚନ : ପ୍ରସନ୍ନ ଆଚାର୍ଯ୍ୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.