କିଏ ହେବେ ମୋ ସ୍ୱାମୀ ? ୩୦ ଲକ୍ଷ ମୋ ବରର ପ୍ୟାକେଜ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ ୧୭/୦୯: ସମୟ ବଦଳିଛି, ବିବାହ ଷ୍ଟାଇଲ୍ ବି ବଦଳିଛି । ଧୀରେ ଧୀରେ କମିଲାଣି ମଧ୍ୟସ୍ଥିଙ୍କ ଆଧିପତ୍ୟ । ଏବେ ମ୍ୟାଟ୍ରିମୋନିଆଲ୍ ସାଇଟ୍‌ରେ ଖୋଜାଚାଲିଛି ପୁ୍ଅ-ଝିଅ । ଅନେକ ସ୍ଥାନରେ ପୁଅ-ଝିଅ ପରସ୍ପର ସହିତ ସିଧାସଳଖ ଭେଟ୍‌ଘାଟ ହୁଅନ୍ତି । ପରସ୍ପରର ପସନ୍ଦ ଏବଂ ନାପସନ୍ଦ ମଧ୍ୟ ବୁଝନ୍ତି । 

କିଛି ପୁ୍ଅ-ଝିଅ ଫ୍ୟୁଚର ପାର୍ଟନରଙ୍କ ପାଇଁ ଦେଇଥାନ୍ତି ଯୋଗ୍ୟତା । ତଥାପି, କିଛି ଜଣ ସ୍ପଷ୍ଟ ଭାବେ ଏମିତି କିଛି ଲେଖନ୍ତି ଯାହା ସହଜରେ ହୁଏନି ଗ୍ରହଣ । ସାମ୍ନାକୁ ଆସିଛି ପ୍ରଥମ ମାମଲା । ସେମିତି ହେଉଛନ୍ତି ଜଣେ ମହିଳା । 

୩୯ ବର୍ଷୀୟ ମହିଳା । ପେସାରେ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ । ସ୍ୱାମୀଙ୍କଠାରୁ ନେଇଛନ୍ତି ଛାଡପତ୍ର । ରୋଷେଇ କରନ୍ତିନି, କିନ୍ତୁ ୫ ଷ୍ଟାର ହୋଟେଲରେ ଖାଆନ୍ତି । ବାର୍ଷିକ ଦରମା ମାତ୍ର ୧.୩୨ ଲକ୍ଷ ଟଙ୍କା (ପ୍ରାୟ ୧୧.୦୦୦ ଟଙ୍କା) । ଏହାଛଡା, ବାପା ମାଆ ବି ତାଙ୍କ ଉପରେ ନିର୍ଭରଶୀଳ । 

ଏବେ ସେ ପୁଣିଥରେ ବିବାହ କରିବାକୁ ବଳାଇଛନ୍ତି ମନ । ଆଉ ଯାହାକୁ ବିବାହ କରିବେ ତାର କରିଛନ୍ତି ଲମ୍ୱା ଲିଷ୍ଟ । ବୟସ ହୋଇଥିବା ୩୪ ରୁ ୩୯ । ଫିଟ୍ ଓ ଅବିବାହିତ ହୋଇଥିବ । ଆମେରିକାରୁ MBA କିମ୍ବା MS କରିବା ଉଚିତ୍ । ଭାରତ, ଆମେରିକା କିମ୍ବା ୟୁରୋପରେ କାମ କରୁଥିବେ । ଅତିକମ୍‌ରେ ତାଙ୍କର ନିଜର ଥିବ ୩ BHK ଘର । 

ଆହୁରି ବି ପିଲା ବାପା-ମାଆଙ୍କ ସହ ରହୁନିଥିବ । ତାଙ୍କର ଦରମା ବର୍ଷକୁ ଅତି କମରେ ୩୦ ଲକ୍ଷ ଟଙ୍କା ହେବା ଉଚିତ । ଯଦି ସେ ଜଣେ NRI, ତେବେ ସେ ବର୍ଷକୁ ଅତି କମରେ ୯୬,୦୦୦ ଆମେରିକୀୟ ଡଲାର । ସେପଟେ ଭାଇରାଲ ହେଉଛି ମ୍ୟାଟ୍ରିମୋନିଆଲ୍ ସାଇଟର ଏହି ସ୍କ୍ରିନସଟ୍ । ଯାହାକୁ ସେୟାର କରିଛନ୍ତି  @ShoneeKapoor ନାମକ ଏକ ଟ୍ୱିଟର ID । ଏହାର କ୍ୟାପସନ୍ ବି ଦିଆଯାଇଛି ଦମ୍‌ଦାର । କୁହାଯାଇଛି ତାଙ୍କର କାର୍ଯ୍ୟଦକ୍ଷତା ଓ ଦରମା ଦେଖ, ଆଉ ସେମାନେ ଚାହୁଁଥିବା ସ୍ୱାମୀଙ୍କ ଗୁଣ ଏବଂ ଦରମା ଦେଖ । 

ପୋଷ୍ଟ ଭାଇରାଲ ହେବା ମାତ୍ରେ ପ୍ରବଳ ମାତ୍ରାରେ କମେଣ୍ଟ ଦେୁଛନ୍ତି ଲୋକେ । ଜଣେ ଲେଖିଛନ୍ତି-'କି ଆଶ୍ଚର୍ଯ୍ୟଜନକ ମହିଳା - ନିଜେ ଛାଡପତ୍ର ପାଇଛନ୍ତି କିନ୍ତୁ ଚାହୁଁଛନ୍ତି ଯେ ସ୍ୱାମୀ ହୋଇଥିବା ଅବିବାହିତ । ଆଉ  ଜଣେ କହିଛନ୍ତି- ବିବାହ ଧୀରେ ଧୀରେ ବ୍ୟବସାୟିକ କାରବାରରେ ପରିଣତ ହେଲାଣି । ସେହିଭଳି ଆଉ ଜଣେ ଲେଖିଛନ୍ତି ମହିଳାଙ୍କ ସ୍ୱାମୀଙ୍କ ଠାରୁ ବହୁତ ଆଶା ଅଛି ଏବଂ ସେ ନିଜେ କିଛି ନୁହଁନ୍ତି । ସେ ଯାହା ହେଉନା କାହିଁ, ଏବେ ଅପେକ୍ଷା କେମିତି ସ୍ୱାମୀ ପାଉଛନ୍ତି ମହିଳା ଜଣଙ୍କ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.