ଡାକ୍ତରଙ୍କ ସୁରକ୍ଷା ପାଇଁ କଠୋର ହେଲେ କେନ୍ଦ୍ର ସରକାର, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହିଂସା ହେଲେ ୬ ଘଣ୍ଟା ଭିତରେ FIR ନିର୍ଦ୍ଦେଶ

Published By : Prameya-News7 Bureau | August 16, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ସରକାରୀ ହସ୍ପିଟାଲ୍ ପାଇଁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ହସ୍ପିଟାଲ୍ ପରିସରରେ କର୍ମଚାରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଯେକୌଣସି ହିଂସା ଘଟିଲେ ଛଅ ଘଣ୍ଟା ଭିତରେ ଇନଷ୍ଟିଟ୍ୟୁସନାଲ୍ ଏଫଆଇଆର୍ କରିବାକୁ ହେବ । ଶୁକ୍ରବାର ସକାଳ ଜାରି ଏକ ସଂକ୍ଷିପ୍ତ ନୋଟିସରେ କୁହାଯାଇଛି ଯେ ଯଦି ନିର୍ଦ୍ଧାରିତ ସମୟ ଭିତରେ କୌଣସି ଅଭିଯୋଗ କରାନଯାଏ ତେବେ ସମ୍ୱନ୍ଧିତ ସଂସ୍ଥାର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ।

ଏହି ନୋଟିସ୍ କୋଲକାତାର ଆରଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ସାରା ଦେଶରେ ଉଦ୍ର ବିରୋଧ ପ୍ରଦର୍ଶନ ଭିତରେ ଜାରି ହୋଇଛି । ଏହି ଘଟଣା ପରେ ଯୋଗୁଁ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପରିବେଶ ପାଇଁ ପ୍ରଦର୍ଶନ କରାଯାଉଛି ।

ମହିଳା ଡାକ୍ତରଙ୍କ ସହ ଘଟିଥିବା ଜଘନ୍ୟ କାଣ୍ଡ ଏବଂ ହତ୍ୟା ପରେ ପଶ୍ଚିମବଙ୍ଗ ସହ ସାରା ଦେଶରେ ଆକ୍ରୋଶ ରହିଛି । ଦେଶର ବିଭିନ୍ନ ଭାଗରେ ଡାକ୍ତରମାନେ ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । କେନ୍ଦ୍ରୀୟ ସୁରକ୍ଷା ଅଧିନିୟମ (ସିପିଏ) ଲାଗୁ କରିବା ଦାବି କରି ବରିଷ୍ଠ ଏବଂ ରେସିଡେଣ୍ଟ ଡାକ୍ତରଙ୍କ ପ୍ରଦର୍ଶନ ଜାରି ରହିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.