ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ପ୍ରସୂତୀ ଓ ନବଜାତକଙ୍କ ମୃତ୍ୟୁ : ମହିଳା ସ୍ବାସ୍ଥ୍ୟକର୍ମୀ ଗିରଫ

Published By : Prameya-News7 Bureau | May 20, 2025 IST

ଦିଗପହଣ୍ଡି ୨୦ନର୍ସିଂହୋମରେ ପ୍ରସୂତୀ ଓ ନବଜାତକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମହିଳା ସ୍ବାସ୍ଥ୍ୟକର୍ମୀ ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଥିବା ଏକ ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଉଭୟଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଡ଼େଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ଆସିଥିଲା । ମେ’ ୧୨ ତାରିଖ ଦିନ କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କ ସ୍ତ୍ରୀ ରୋଜି ନାୟକଙ୍କ ମୃତ୍ୟୁ ହୋଇଥିଲା । ତ୍ରୁଟିପୂର୍ଣ୍ଣ ପ୍ରସବ ହୋଇଥିବା ନେଇ ରୋଜିଙ୍କ ସ୍ୱାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଗିରଫ ସ୍ବାସ୍ଥ୍ୟାକର୍ମୀ ଜଣକ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଅଛନ୍ତି ।

You Can Read:

ଖୁବ୍‌ଶୀଘ୍ର ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ବଢ଼ିବ +୩ ନାମଲେଖା ଆବେଦନ ଅବଧି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.