ବାତ୍ୟା ‘ଦାନା’ ପ୍ରଭାବ, ସକାଳୁ ସକାଳୁ ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା !

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର ୨୪।୧୦ : ବାତ୍ୟା ‘ଦାନା’ ପ୍ରଭାବ । ଟ୍ୱିନ୍‌ ସିଟିରେ ବର୍ଷା ଆରମ୍ଭ । ଗୁରୁବାର ସକାଳୁ ସକାଳୁ ଟ୍ୱିନ୍‌ ସିଟିର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।ବର୍ଷା ସହ ହାଲ୍‌କା ପବନ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଦାନା । ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ଦାନା । ଧାମରା-ଭିତରକନିକା ନିକଟରେ ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି। ତେବେ ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ପବନ ବୋହିପାରେ । ୨୦୦କିମି ଗୋଲେଇରେ ମାଡି ଆସୁଛି ବାତ୍ୟା । ଘଣ୍ଟାପ୍ରତି ୧୫ କିମି ବେଗରେ ଅଗ୍ରସର ହେଉଛି । ପାରାଦୀପ ଓ ଧାମରା ବନ୍ଦରକୁ ୧୦ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ରରେ ୨ମିଟର ଉଚ୍ଚ ଜୁଆର ଉଠିବା ସମ୍ଭାବନା । ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ବାତ୍ୟା ‘ଦାନା’ ପ୍ରଭାବରେ ଟ୍ବିନ୍‌ ସିଟିରେ ବର୍ଷା ଆରମ୍ଭ ହୋଇଛି । ସକାଳୁ ସକାଳୁ କଟକ ଓ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଛି ।  

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.