ଅହମ୍ମଦାବାଦ ପ୍ଲେନ୍ କ୍ରାସ: ବିମାନରେ ଥିଲେ ପୂର୍ବତନ ମନ୍ତ୍ରୀ ବିଜୟ ରୂପାନୀ

Published By : Prameya-News7 Bureau | June 12, 2025 IST

ଗୁଜରାଟ ୧୨/୦୬: ଗୁଜୁରାଟର ଅହମ୍ମଦାବାଦରେ ବଡ ଧରଣର ବିମାନ ଦୁର୍ଘଟଣା । ଏହି ବିମାନରେ ଯାତ୍ରା କରୁଥିଲେ ୨୪୨ ଜଣ ଯାତ୍ରୀ । ତେବେ ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଯାତ୍ରା କରୁଥିବା ନେଇ ସୂଚନା । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ଏକ ଯାତ୍ରୀବାହୀ ବିମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ବିମାନଟି ସହର ସୀମା ମଧ୍ୟରେ ଥିବା ମେଘାନୀ ଅଞ୍ଚଳରେ ଖସିପଡ଼ିଥିଲା। ବିମାନ ଖସିପଡିବା ପରେ ପ୍ରବଳ ମାତ୍ରାରେ ଘନ କଳା ଧୂଆଁ ବାହାରୁଥିବାର ଦେଖାଯାଉଥିଲା । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଡ୍ରିମଲାଇନର ବୋଇଂ ୭୮୭ ଲଣ୍ଡନ ଯାଉଥିଲା । ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟରେ ଥିବା ଏକ କୋଠା କିମ୍ବା କାନ୍ଥରେ ଧକ୍କା ହେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୩୦୦ ଯାତ୍ରୀଙ୍କ କ୍ଷମତା ଥିବା ବିମାନରେ ଯାତ୍ରା କରୁଥିଲେ ୨୪୨ ଯାତ୍ରୀ । 

ଏହା ଯାତ୍ରୀଙ୍କ ମଧ୍ୟରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଦୀର୍ଘ ଯାତ୍ରା ପାଇଁ ବିମାନଟିରେ ଅତ୍ୟଧିକ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଯାହା ଦୁର୍ଘଟଣା ପରେ ବିସ୍ଫୋରଣ ଓ ନିଆଁର ତୀବ୍ରତାକୁ ବୃଦ୍ଧି କରିଥିଲା । ସେପଟେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଦୁର୍ଘଟଣାସ୍ଥଳକୁ ୭ ଅଗ୍ନfଶମ ବାହିନୀ ସହ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛନ୍ତି । 

ଘଟଣା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବୈଷୟିକ ଟିମ୍ ସହିତ ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଅନ୍ତର୍ଜାତୀୟ ରୁଟ୍ ପାଇଁ ଅତ୍ୟଧିକ ଇନ୍ଧନ ବୋଝ ଦୁର୍ଘଟଣା ପରେ ନିଆଁ ଲାଗିବାରେ ସହାୟକ ହୋଇଥାଏ । 

ସେପଟେ ଏତେ ବଡ ଅଘଟଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସମ୍ପର୍କରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭି ଅହମ୍ମଦାବାଦ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସେ ଆଶ୍ୱାସନା ବି ଦେଇଛନ୍ତି ଯେ କେନ୍ଦ୍ର ସରକାର ଦୁର୍ଘଟଣାର ପରବର୍ତ୍ତୀ ପରିଚାଳନା ତଦନ୍ତରେ ସମସ୍ତ ସହଯୋଗ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.