ମୁମ୍ଵାଇ ୧୩।୦୬; ଅହମଦାବାଦରେ ଏୟାର ଇଣ୍ଡିଆ ବିମାନର ଭୟାବହ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ କିଛି ମିନିଟ୍ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୨୪୨ ଜଣ ଯାତ୍ରା କରୁଥିଲେ। ମୃତକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍ ଅଭିନେତା ବିକ୍ରାନ୍ତ ମେସୀଙ୍କ ଭାଇଙ୍କ ନାମ ମଧ୍ୟ ସାମିଲ ଅଛି। ଏନେଇ ଅଭିନେତା ନିଜେ ଏହି ସୂଚନା ଦେଇଛନ୍ତି।
ସୋସିଆଲ ମିଡିଆରେ ତାଙ୍କ ଭାଇଙ୍କ ମୃତ୍ୟୁର ଦୁଃଖ ସେୟାର କରିଛନ୍ତି। ବଲିଉଡର ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ବିକ୍ରାନ୍ତ ଇନଷ୍ଟାଗ୍ରାମରେ ତାଙ୍କର ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଏହି ଦୁଃଖଦ ଘଟଣା ତାଙ୍କ ହୃଦୟର ବହୁତ ନିକଟତର। ଅହମ୍ମଦାବାଦରେ ଘଟିଥିବା ଅକଳ୍ପନୀୟ ଦୁଃଖଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ପ୍ରିୟଜନଙ୍କ ପାଇଁ ମୋର ହୃଦୟ ଭାଙ୍ଗିଯାଇଛି। ଏହା ଜାଣିବା ଆହୁରି ଦୁଃଖଦ ଯେ ମୋ ଦାଦା ପୁଅ ଭାଇକୁ ହରାଇଛି, ଯିଏ ସେହି ବିମାନରେ କୋ-ପାଇଲଟ୍ ଥିଲେ। ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ବଲିଉଡ୍ର ଅନେକ ସେଲିବ୍ରିଟି ମଧ୍ୟ ନିଜର ପ୍ରତିକ୍ରିୟା ଦେଇ ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ, ଭିକି କୌଶଳ, ଅକ୍ଷୟ କୁମାର, କରୀନା କପୁର ଏବଂ ସୋନୁ ସୁଦଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ନାମ ରହିଛି।
କ୍ୟାପ୍ଟେନ୍ ସୁମିତ ଏୟାର ଇଣ୍ଡିଆର ବୋଇଂ 787 ଡ୍ରିମଲାଇନର୍ ବିମାନ (AI171)ର କମାଣ୍ଡିଂ କରୁଥିଲେ। ବିକ୍ରାନ୍ତ ମାସେଙ୍କ ଭାଇ କ୍ଲାଇଭ୍ କୁନ୍ଦର, ଯିଏ ଜଣେ କୋ-ପାଇଲଟ୍ ଥିଲେ, ସୁମିତଙ୍କୁ ସହାୟତା କରୁଥିଲେ। କ୍ଲାଇଭ୍ କୁନ୍ଦରଙ୍କର ୧୧୦୦ ଘଣ୍ଟା ଉଡ଼ାଣର ଅଭିଜ୍ଞତା ଥିଲା।