ଜାନୁଆରୀ ୨୬ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | January 26, 2025 IST

ମେଷ- ଦୂରସ୍ଥାନକୁ ଭ୍ରମଣର ଯୋଗ ରହିଛି। ଚାକିରି କ୍ଷେତ୍ରରେ ସଫଳତାର ଯୋଗ ରହିଛି। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ଅଟକିଥିବା ଧନର ପ୍ରାପ୍ତି ହେବ। ବନ୍ଧୁଙ୍କ ଦ୍ଵାରା ଆୟର ବାଟ ଦେଖାଯିବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

ବୃଷ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତି କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ  ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ।

ମିଥୁନ- ପରିବାରର ସମସ୍ତ କାର୍ଯ୍ୟ ଆପଣଙ୍କୁ କରିବାକୁ ପଡ଼ିବ। ନୂଆ ଚାକିରିର ଯୋଗ ମଧ୍ୟ ରହିଛି । ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। 

କର୍କଟ- ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଗ୍ୟାସ ଜନିତ ସମସ୍ୟା ଆପଣଙ୍କୁ ଦେଖା ଦେଇପାରେ। ବ୍ୟବସାୟରେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀ ପ୍ରସନ୍ନ ହେବେ।

ସିଂହ- ପ୍ରେମ ସମ୍ପର୍କରେ ମନୋମାଳିନ୍ୟ ଦେଖାଯିବ। ବ୍ୟବସାୟରେ ଲାଭ ହେବ। ଭାଗ୍ୟର ସାଥ ମିଳିବ । ଚାକିରିରେ ଆୟର ଯୋଗ ଅଛି। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବିଦ୍ୟାର୍ଥୀମାନେ କୃତିତ୍ୱ ଅର୍ଜନ କରିବେ।

କନ୍ୟା- ଗୃହରେ ମାଙ୍ଗଳିକ କାର୍ଯ୍ୟର ଅୟୋଜନ ହେବ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ । ଲାଗି ରହିଥିବା ସମସ୍ୟା ଦୂର ହେବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଧନ ପ୍ରାପ୍ତି ଯୋଗୁଁ ଖୁସି ହେବେ ।

ତୁଳା- ଜମି, ଯାନବାହାନ କ୍ରୟ କରିବା ପାଇଁ ଦିନଟି ଶୁଭ ରହିଛି । କରିଥିବା ଋଣ ପରିଶୋଧ କରିବେ। ଚାକିରି କ୍ଷେତ୍ରରେ ସହଯୋଗ ମିଳିବ। ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ବ୍ୟବସାୟରେ ସ୍ବଚ୍ଛତା ବଜାୟ ରଖନ୍ତୁ ।

ବିଛା- ରୋଜଗାରର ନୂଆ ପନ୍ଥା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରର ସହଯୋଗ ମିଳିବ। ବ୍ୟବସ୍ଥାରେ ଲାଭ ଯୋଗ ରହିଛି । ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଉତ୍ତମ ରହିଛି। ଭାଗବତ ବିଶ୍ୱାସୀ ହେବେ ।

ଧନୁ- ବ୍ୟବସାୟରେ ନୂତନ ଯୋଜନାର ଆରମ୍ଭ କରିବେ। ପରିବାରରୁ ଧନ ପ୍ରାପ୍ତିର ଯୋଗ ରହିଛି । ଅଟକିଥିବା କାର୍ଯ୍ୟ ପୁନଃଆରମ୍ଭ କରିବେ। ସ୍ବ୍ୟାସ୍ଥ୍ୟାବସ୍ଥା ଉତ୍ତମ ରହିବ।

ମକର- ଅଯଥା ଖର୍ଚ୍ଚରୁ ବିରତ ରୁହନ୍ତୁ। ଜୀବନ ସାଥୀଙ୍କ ଠାରୁ ଉପହାର ମିଳିବ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେବ । ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

କୁମ୍ଭ- ସିଂହ ସମାଚାର ପାଇ ଖୁସି ହେବେ। ଇଚ୍ଛା ପୂରଣ ହେବ। ଯାନବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି । ଚାକିରି କ୍ଷେତ୍ରରେ କର୍ମ ବିଳମ୍ବରେ ଶେଷ ହେବ। ନିବେଶ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। ବିଦ୍ୟାର୍ଥୀମାନେ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ ।

ମୀନ- ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ। ଉନ୍ନତିର ମାର୍ଗ ଦେଖାଦେବ। ଛାତ୍ରଛାତ୍ରୀଙ୍କ ସଫଳତାର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

 

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.