ସୁଲଭ ଘର ଯୋଜନାରୁ ବଂଚିତ ମଣ୍ଡପ ସାହି ବସ୍ତି ବାସିନ୍ଦା, ମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଦାବି

Published By : Prameya-News7 Bureau | March 18, 2025 IST

ଭୁବନେଶ୍ବର ୧୮/୩: ଖୁବ ଶୀଘ୍ର ବସ୍ତି ବାସିନ୍ଦାଙ୍କୁ ଦିଅ ଘର । ଆସନ୍ତା ସୋମବାର ଲଟେରୀ ମାଧ୍ୟମରେ ଘର ଯୋଗାଇ ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ କଡା ତାଗିଦ । ଆକ୍ସନ ମୋଡରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମଙ୍ଗଳବାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘର ସମ୍ମୁଖରେ ବସିଥିଲେ ଭୁବନେଶ୍ବର  ୯ ନମ୍ବର ୱାର୍ଡ ମଣ୍ଡପ ସାହି ବସ୍ତିର ବାସିନ୍ଦା । ସେମାନଙ୍କ ମଧ୍ୟରେ ଥିଲେ ଶତାଧିକ ମହିଳା,ଦିବ୍ୟାଙ୍ଗ ଓ ବୃଦ୍ଧ । ଏତେ ଖରା ଗରମରେ ଏମିତି ବସିବାର କାରଣ ହେଉଛି ସେମାନେ ସୁଲଭ ଘର ଯୋଜନାରୁ ବଂଚିତ ହୋଇଛନ୍ତି । ଘର ମିଳିବା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସେମାନଙ୍କର ଚିନ୍ତା ବଢିଯାଇଥିଲା । ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାକୁ ଧାଇଁ ଆସିଥିଲେ । 


ବସ୍ତି ବାସିନ୍ଦା ବସିଥିବା ଶୁଣି ବାହାରକୁ ଆସି ଆଲୋଚନା କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀଙ୍କୁ ପାଖରେ ପାଇ ଜଣେ ପରେ ଜଣେ ସମସ୍ୟା ସଂପର୍କରେ ବଖାଣିଥିଲେ । ମନ୍ତ୍ରୀ ମଧ୍ୟ ଧୈର୍ଯ୍ୟର ସହ ସମସ୍ତଙ୍କ କଥା ଶୁଣିଥିଲେ । ସମସ୍ୟା ଶୁଣିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଆସନ୍ତା ସୋମବାର ଲଟେରୀ ମାଧ୍ୟମରେ ଘର ଯୋଗାଇ ଦେବାକୁ ବିଏମ୍‌ସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଏମ୍‌ସି କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ଫୋନ୍‌ ଯୋଗେ ତାଗିଦ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍‌ ସମୟରେ ଘର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଆଜି ଏହାର ଅର୍ଡର କପି ବାହାର କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଘର ମିଳିବାର ପ୍ରତିଶ୍ରୁତି ପରେ ବସ୍ତି ବାସିନ୍ଦାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା । ସେମାନେ କହିଥିଲେ ପୂର୍ବ ସରକାର ସମୟରେ ଖଣ୍ଡେ ଖଣ୍ଡେ LRC ଦେଇ ଭୂଆ ଭୂଆଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାମ କରୁଚି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.