ମହାବିନାଶକ ମିସାଇଲ୍ ଉପରୁ ହଟିଲା ରହସ୍ୟ; କ୍ଷେପଣାସ୍ତ୍ର ମାଡ଼ର ଭିଡିଓ ଜାରି

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ଉଗ୍ର ହେଉଛି ଇସ୍ରାଏଲ ଏବଂ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ । ବିଦ୍ରୋହୀ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଇସ୍ରାଏଲ ଉପରେ ଯେଉଁ ମହାବିନାଶକ ଅସ୍ତ୍ର ପ୍ରୟୋଗ କରିଥିଲା ତା’ ଉପରୁ ପରଦା ହଟାଇଛି ଆତଙ୍କବାଦୀ ଗୋଷ୍ଠୀ । ରାଜଧାନୀ ତେଲଆଭୀବ ଉପରେ ‘ପାଲେଷ୍ଟାୟୀନ-୨’ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ୟମେନର ହୁତି ଆତଙ୍କୀ । ଭୂ-ପୃଷ୍ଠରୁ ଭୂ-ପଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏହି ହାଇପର-ସୋନିକ୍ ମିସାଇଲ ୨୧୫୦ କିଲୋମିଟରର ଏକ ଲମ୍ବା ଦୂରତା ସମ୍ପନ୍ନ ମାରଣାସ୍ତ୍ର । ଘଣ୍ଟାପ୍ରତି ଏହା ୧୯, ୭୫୬କି.ମି ବେଗରେ ଗତି କରି ଟାର୍ଗେଟକୁ ହିଟ୍ କରିପାରିବ ।   

ଏହା ଷ୍ଟେଜ୍-୨ର ସଲିଡ୍ ଫ୍ୟୁଏଲ୍ ଇନ୍ଧନରେ ଚାଲୁଥିବା ଏକ  ହାଇପର ସୋନିକ୍ ମିସାଇଲ୍ ।  ଏହାକୁ କିଛି ଦିନ ପୂର୍ବରୁ ୟମେନ ସେନାରେ ସାମିଲ କରାଯାଇଥିଲା । ଏହାକୁ ଅଟକାଇବାକୁ ବିଶ୍ବର କୌଣସି ଡିଫେନ୍ସ ସିଷ୍ଟମର କ୍ଷମତା ନାହିଁ । ମଝି ଆକାଶରେ ଏହି କ୍ଷେପଣାସ୍ତ୍ର ଦିଗ ପରିବର୍ତ୍ତନ କରିପାରିବ । ଏହି ମିସାଇଲ୍  ଇସ୍ରାଏଲ, ମଧ୍ୟପ୍ରାଚ୍ୟ ଅବସ୍ଥିତ ଆମେରିକାର  ସୈନ୍ୟ ବେସ୍, ଯୁଦ୍ଧ ଜାହାଜ ଏବଂ ବ୍ୟାବସାୟିକ ଜାହାଜ ପାଇଁ ବିପଦଜନକ । ୟମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଏହାର ଏକ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଛି । 

ହୁତି ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ ଉପରେ ସେପ୍ଟେମ୍ବର ୧୫ ତାରିଖରେ ହାଇପର-ସୋନିକ୍ ମିସାଇଲ୍ ପ୍ରହାର କରିଥିଲା । ଏହି କ୍ଷେପଣାସ୍ତ୍ର ମାତ୍ର ୧୧ ମିନିଟରେ ୨୦୪୦କି.ମି. ଲକ୍ଷ୍ୟଭେଦ କରିଥିଲା । ପୂରା ବିଶ୍ବ ଏହାକୁ ନେଇ ଚିନ୍ତାରେ ରହିଛି ଏକ ଆତଙ୍କବାଦୀ ଗୋଷ୍ଠୀ ପାଖରେ ଏଭଳି ମାରାତ୍ମକ ମିସାଇଲର ଟେକ୍ନୋଲୋଜି କେଉଁଠୁ ଆସିଲା । ‘ହୁତି’ ବିଦ୍ରୋହୀ ଏହାକୁ ବିକଶିତ କରିଥିବା ଦାବି କରାଯାଉଛି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.