‘Mirzapur’ରେ ହ୍ରିତିକଙ୍କ ଏଣ୍ଟ୍ରି, ପଙ୍କଜ ତ୍ରିପାଠୀଙ୍କୁ କରିବେ ରିପ୍ଲେସ୍

Published By : Prameya-News7 Bureau | September 13, 2024 IST

ମୁମ୍ଵାଇ ୧୩।୦୯: ଲୋକପ୍ରିୟ ୱେବ୍ ସିରିଜ୍ ମିର୍ଜାପୁର ୩। ନିକଟରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି । ଲୋକମାନେ ଏହି ୱେବ୍ ସିରିଜ୍ କୁ ବହୁତ ପସନ୍ଦ କରୁଛନ୍ତି ।ଅଲି ଫଜଲ ଠାରୁ ପଙ୍କଜ ତ୍ରିପାଠୀ ପର୍ଯ୍ୟନ୍ତ ମିର୍ଜାପୁର ୩ ଏକ ଧମାଲ ସୃଷ୍ଟି କରିଛନ୍ତି। ଏହି ସମୟରେ, ମିର୍ଜାପୁର ୱେବ୍ ସିରିଜ୍ ବିଷୟରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହି ସିରିଜ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମରେ ପଙ୍କଜ ତ୍ରିପାଠୀ କାଲିନ ଭେୟା ଭୂମିକାରେ ଅଭିନୟ କରିବେ ନାହିଁ । ତାଙ୍କୁ ରିପ୍ଲେସ୍‌ କରିବେ ହ୍ରିତିକ ରୋଶନ । ତେବେ ବର୍ତ୍ତମାନ ମିର୍ଜାପୁରର ନିର୍ଦ୍ଦେଶକ ଏହି ପ୍ରସଙ୍ଗରେ ଖୁଲାସା କରିଛନ୍ତି। ଭାଙ୍ଗିଛନ୍ତି।

ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଦାବି କରୁଛନ୍ତି ଯେ ୱେବ୍ ସିରିଜ୍ ମିର୍ଜାପୁର ଦ୍ୱାରା ଅନୁପ୍ରାଣିତ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଲୋକମାନେ ଦାବି କରିଛନ୍ତି ଯେ ପଙ୍କଜ ତ୍ରିପାଠୀ ଏଥିରେ କାଲିନ ଭେୟା ଅଭିନୟ କରିବେ ନାହିଁ ବରଂ ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନ ତାଙ୍କ ସ୍ଥାନ ନେବେ। ବର୍ତ୍ତମାନ ନିର୍ଦ୍ଦେଶକ ଗୁରୁମିତ ସିଂ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇ  କହିଛନ୍ତି ଯେ ଆମେ ଏହି ଚଳଚ୍ଚିତ୍ର ବିଷୟରେ ଆଲୋଚନା କରୁଛୁ କିନ୍ତୁ ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ନିର୍ମାଣ ହେବ କି ନାହିଁ ତାହା ସ୍ଥିର ହୋଇନାହିଁ। 

କହିବାକୁ ଗଲେ ୱେବ୍ ସିରିଜ୍ ମିର୍ଜାପୁରର ତିନୋଟି ପାର୍ଟରେ କାଲିନ୍ ଭେୟାଙ୍କ ଦମ୍‌ଦାର ଭୂମିକା ଦେଖିବାକୁ ମିଳିଛି।  ପ୍ରଥମ ପାର୍ଟରେ, କାଲିନ ଭେୟା ଆରମ୍ଭରୁ ମିର୍ଜାପୁର ସହର ଉପରେ ନିଜର ପ୍ରାଧାନ୍ୟ ସ୍ଥାପନ କରିଥିଲେ। ଏପରିକି ପଙ୍କଜଙ୍କ ଅଭିନୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଥିଲା ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.