ସ୍କୁଲ୍‌ରେ ଅଭାବନୀୟ ଘଟଣା ; ପୁରି ଖାଉ ଖାଉ ଚାଲିଗଲା ୧୧ ବର୍ଷିୟ ଛାତ୍ରଙ୍କ ଜୀବନ

Published By : Prameya-News7 Bureau | November 27, 2024 IST

ମୁମ୍ଵାଇ ୨୭।୧୧; ବର୍ତ୍ତମାନ ଟ୍ରେଣ୍ଡ ଚାଲିଛି ଫୁଡ୍‌ ବ୍ଲଗ ରିଲ୍ସ । ଏହାକୁ ଦେଖି ଲୋକମାନେ ନିଜ ସାଙ୍ଗସାଥିକୁ ଦେଖାଇବା ପାଇଁ ଏଭଳି କରନ୍ତି ଯେ, ପରବର୍ତ୍ତୀ ସମୟରେ ସେମାନଙ୍କ ଜୀବନ ଅକାଳରେ ଚାଲିଯାଏ । ତେଲାଙ୍ଗାନାର ହାଇଦ୍ରାବାଦରୁ ଏଭଳି ଏକ ଖବର ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୁରି ଖାଇ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ସ୍କୁଲକୁ ଲଞ୍ଚ ନେଇ ଯାଇଥିବା ବେଳେ ୩ଟି ପୁରି ଏକାସଙ୍ଗେ ଖାଇବାରୁ ମୃତ୍ୟୁ ହୋଇଛି।  ଏହି ଘଟଣା ସ୍କୁଲ ଓ ସାଙ୍ଗସାଥୀଙ୍କୁ  ସ୍ତବ୍ଦ କରି ଦେଇଛି।

୧୧ ବର୍ଷୀୟ ବିରେନ ସବୁ ଦିନ ପରି ସ୍କୁଲ ଯାଇଥିଲେ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସାଙ୍ଗମାନଙ୍କ ସହ ଟିପିନ ଖୋଲି ଖାଇବାକୁ ବସିଥିଲେ । ପୁରି ଦେଖି ଖୁସି ହୋଇ ଯାଇଥିଲେ ବିରେନ୍ । ଆଉ ଏକାସଙ୍ଗରେ ୩ଟି ପୁରି ଖାଇ ଦେଇଥିଲେ । ସେହି ସମୟରେ ବିରେନଙ୍କ ତଣ୍ଟିରେ ପୁରି ଅଟକି । ସେହି ସ୍ଥାନରେ ହିଁ ହଠାତ୍‌ ଟଳି ପଡିଥିଲେ ।

ତୁରନ୍ତ ବିରେନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସିକନ୍ଦରାବାଦର ଏକ ବଡ ଘରୋଇ ଡାକ୍ତରଖାନାରୁ ରେଫର କରିଥିଲେ । ସେଠାରେ ବିରେନ ପହଞ୍ଚିବା ବେଳକୁ ଆଖି ବୁଜି ଦେଇଥିଲେ । ଏହା ପରେ ବିରେନଙ୍କ ପରିବାରକୁ ସ୍କୁଲ ତରଫରୁ ଖବର ଦିଆଯାଇଥିଲା । ଏ ଘଟଣାରେ ବିରେନଙ୍କ ପରିବାର ମର୍ମାହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.