ମୁମ୍ଵାଇ ୨୭।୧୧; ଓସ୍କାର ବିଜେତା ତଥା ସଂଗୀତ ନିର୍ଦ୍ଦେଶକ ଏ. ଆର୍. ରେହମାନ୍। ତାଙ୍କ ପତ୍ନୀ ସାଇରା ବାନୁଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି।ଏହି ଚର୍ଚ୍ଚିତ ଯୋଡ଼ିଙ୍କ ଛାଡ଼ପତ୍ର ପାଇଁ ଗୀଟାରିଷ୍ଟ ମୋହିନୀ ଦେ' ଦାୟୀ ବୋଲି କରାଯାଉଥିଲା । । କାରଣ ରେହମାନଙ୍କ ଛାଡ଼ପତ୍ର ପରେ ପରେ ମୋହିନୀ ନିଜ ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଥିଲେ । ଏହି ସବୁ ଖବର ମଧ୍ୟରେ ମୁହଁ ଖୋଲିଛନ୍ତି ମୋହିନୀ ଦେ। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସେ ଏସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।
ଭିଡିଓ ସେୟାର କରି ମୋହିନୀ କହିଛନ୍ତି ଯେ, "ମୋ ଜୀବନରେ ଅନେକ ପିତୃତୂଲ୍ୟ ବ୍ୟକ୍ତିତ୍ବ ଓ ଆଦର୍ଶ ଅଛନ୍ତି, ଯେଉଁମାନେ ମୋତେ ବହୁତ କିଛି ଶିଖାଇଛନ୍ତି ଓ ଆଗକୁ ବଢ଼ିବାରେ ସାହାଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏଆର ରହମାନ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। ତାଙ୍କ ସହ ୮.୫ ବର୍ଷ କାମ କରିଛି ।
ସେ ଆହୁରି କହିଛନ୍ତି, " ସେ ମୋ ବାପାଙ୍କ ପରି। ଏଆର ରେହମାନ ମୋ ବାପାଙ୍କ ଠାରୁ ବୟସରେ ସାନ। ହେଲେ ସେ ମୋ ପାଇଁ ବାପା ସଦୃଶ। ତାଙ୍କ ଝିଅ ବି ମୋ ବୟସର ହେବେ। ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଲୋକଙ୍କର ସମ୍ମାନ କିମ୍ବା ସହାନୁଭୂତି ନ ଥିବା ଦେଖି ଦୁଃଖ ଲାଗୁଛି। ଦୟାକରି ଗୋପନୀୟତା ରକ୍ଷା କରନ୍ତୁ। ଏପରି ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ନେଟିଜେନ୍ସଙ୍କୁ ଅନୁରୋଧ କରିଛନ୍ତି ମୋହିନୀ ଦେ।