ଦ୍ୱିତୀୟ ଥର ମାଆ ହେଲେ ଇଲିଆନା ଡି'କ୍ରୁଜ୍, ଫଟୋ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | June 29, 2025 IST

ମୁମ୍ବାଇ,୨୯।୦୬: ପୁଣି ଥରେ ମାଆ ହୋଇଛନ୍ତି ଇଲିଆନା ଡି'କ୍ରୁଜ୍। ଅଭିନେତ୍ରୀ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଦ୍ୱିତୀୟ ଥର ପାଇଁ ମାଆ ହେବାର ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ସନ୍ତାନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି ।  ଏନେଇ ପୋଷ୍ଟରେ ଅଭିନେତ୍ରୀ ତାଙ୍କ ପୁଅର ନାମ ଏବଂ ତାଙ୍କ ଜନ୍ମ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । 

ତେବେ ୨୭ ଜୁନ ରାତିରେ ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ଖୁସି ଖବର ଦେଇଥିଲେ । ଅଭିନେତ୍ରୀ ତାଙ୍କ ଦ୍ୱିତୀୟ ସନ୍ତାନର ଏକ ଝଲକ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀ ତାଙ୍କ ପୁଅର ଏକ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରିଛନ୍ତି । ଏହା ସହିତ, ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ୧୯ ଜୁନ୍ ୨୦୨୫ ରେ ଜନ୍ମ ହୋଇଥିଲା । ଇଲିଆନା ଏହି ଖୁସି ଖବର ପୋଷ୍ଟରେ ଲାଲ ହାର୍ଟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି, 'ଆମେ ବହୁତ ଖୁସି' । ଅଭିନେତ୍ରୀ ତାଙ୍କ ପୁଅର ନାମ କିନୁ ମାଇକେଲ୍ ଡୋନାଲ୍ ରଖିଛନ୍ତି । 

ଏହି ଖବର ଆସିବା ପରେ ଇଲିଆନାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସ ସମେତ ତମାମ ସେଲିବ୍ରିଟି ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ଅନେକ ସେଲିବ୍ରିଟି ଇଲିଆନାଙ୍କ ମାଆ ହେବା ପାଇଁ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି, ୨୦୨୩ ମସିହାର ଆରମ୍ଭରେ ରଣବୀର କପୁରଙ୍କ ସହ ଫିଲ୍ମ ବର୍ଫିରେ କାମ କରିଥିବା ଅଭିନେତ୍ରୀ ଇଲିଆନା ଗତ ବର୍ଷ ପ୍ରଥମ ଥର ପାଇଁ ମାଆ ହୋଇଥିଲେ। ସେ ତାଙ୍କର ପ୍ରଥମ ପୁଅ କୋଆ ଫୋନିକ୍ସ ଡୋଲାନଙ୍କୁ ଜନ୍ମ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.