ଭାରତରେ ବିରୋଧ: ପାକିସ୍ତାନରେ ସୁପର ଡୁପର ହିଟ୍ ଦିଲ୍‌ଜିତ ଦୋସାଞ୍ଜଙ୍କ ସିନେମା ସର୍ଦ୍ଦାର ଜୀ-୩

Published By : Prameya-News7 Bureau | June 29, 2025 IST

indiatoday

ନୂଆଦିଲ୍ଲୀ: ଭାରତରେ ବିରୋଧ ପାକିସ୍ତାନରେ ସୁପର ହିଟ୍। ଦିଲ୍‌ଜିତ ଦୋସାଞ୍ଜଙ୍କ ସିନେମା ‘ସର୍ଦ୍ଦାର ଜୀ-୩’କୁ ପାକିସ୍ତାନରେ ମିଳିଛି ଅକୁଣ୍ଠ ଫ୍ୟାନ୍ ସମର୍ଥନ। ପାକିସ୍ତାନର ପ୍ରାୟ ସବୁ ସିନେମା ହଲ୍‌ରେ ସର୍ଦ୍ଦାର ଜୀ-୩ ଦେଖିବାକୁ ଖଚାଖଚ ଭିଡ଼ ଜମୁଛି। ଭାରତରେ ବିରୋଧ ହେଲେ ବି ବିଦେଶରେ ଜବରଦସ୍ତ ଆୟ କରୁଛି ଏହି ସିନେମା। 

୨୭ ଜୁନ୍ ୨୦୨୫ରେ ଆନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ପାକିସ୍ତାନର ସିନେମା ଘରେ ହାଉସଫୁଲ୍ ଚାଲିଛି।। ଶୁକ୍ରବାର ପାକିସ୍ତାନର ଥିଏଟର ସିନେଗୋଲ୍ଡ ପ୍ଲେକ୍ସ ଫିଲ୍ମ ପାଇଁ ପ୍ୟାକ୍ ଶୋ ଦେଖାଉଥିବା ଏକ ଭିଡିଓ ଶେୟାର କରିଥିଲା। ସେହିପରି ଲାହୋରରେ ଥିବା ଥିଏଟର ୟୁନିଭର୍ସାଲ୍ ସିନେମା ମଧ୍ୟ  ଏକ କ୍ଲିପ୍ ଶେୟାର କରିଥିଲା। ଯେଉଁଥିରେ ସିନେମା ଦେଖିବାକୁ ଦର୍ଶକଙ୍କ ଉତ୍ସୁକତାର ଭିଡିଓ ରହିଥିଲା। ଦିଲ୍‌ଜିତ୍ ଏହାକୁ ନିଜ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ।  

ଭାରତରେ ବନ୍ଦ ହେବା ଯୋଗୁ ପାକିସ୍ତାନରେ ଦିଲ୍‌ଜିତ ଦୋସାଞ୍ଜଙ୍କ ସିନେମାକୁ ଅଧିକ ସମର୍ଥନ କରାଯାଉଛି। ସବୁ ସିନେମା ହଲ୍‌ରେ ତାଙ୍କ ଫିଲ୍ମ ଦେଖିବାକୁ ଭିଡ଼ ଲାଗିଛି। ସିନେମାରେ ପାକିସ୍ତାନ ଅଭିନେତ୍ରୀ ହାନିଆ ଅମୀର ଅଭିନୟ କରିଥିବାରୁ ଭାରତରେ ଏହାକୁ ରିଲିଜ୍ କରାଯାଇ ନଥିଲା। ଏହାପରେ ଦିଲ୍‌ଜିତ୍‌ଙ୍କୁ ବ୍ୟାନ୍ କରିବାକୁ ମଧ୍ୟ ଆଲୋଚନା ଚାଲିଥିଲା। ଏତେସବୁ ଭିତରେ ପାକିସ୍ତାନରେ ତାଙ୍କ ସିନେମାକୁ ବିପୁଳ ସମର୍ଥନ ଜଣାଇଛନ୍ତି। 

କମେଡି-ଆକ୍ସନ୍ ଫିଲ୍ମ 'ସରଦାର ଜୀ ୩' ପାକିସ୍ତାନରେ ରେକର୍ଡ ଭାଙ୍ଗିବା ସହିତ ପ୍ରଥମ ଦିନରେ ପ୍ରାୟ $୫୦୦,୦୦୦ ରୋଜଗାର କରିଥିବା ଜଣାପଡ଼ିଛି। ପାକିସ୍ତାନରେ କୌଣସି ଭାରତୀୟ ସିନେମା ପ୍ରଥମ ଥର ପାଇଁ ଏତେ ଓପନିଂ କରିଛି। ଏହା ପୂର୍ବରୁ 'ସୁଲତାନ' ପାକିସ୍ତାନରେ ଭଲ ଓପନିଂ କରିଥିଲା। 

ସେପଟେ ଭାରତରେ ସିନେମାକୁ ବିରୋଧ ନେଇ ମୁହଁ ଖୋଲିଛନ୍ତି ଅଭିନେତା ଦିଲ୍‌ଜିତ ଦୋସାଞ୍ଜ। ବିବିସିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଯେତେବେଳେ ସିନେମା ତିଆରି ହୋଇଥିଲା ସେତେବେଳେ କିଛି ଘଟଣା ଘଟି ନଥିଲା। ଫେବ୍ରୁଆରୀରେ ସିନେମା ଶୁଟ କରାଯାଉଥିବା ବେଳେ ସେତେବେଳ କୌଣସି ଅପ୍ରିତିକର ଘଟଣା ଘଟି ନଥିଲା। ଏପ୍ରିଲ ୨୨ ତାରିଖରେ ପହଲଗାମ ଘଟଣା ଘଟିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରୁ ଦୁଇ ଦେଶର ସେଣ୍ଟିମେଣ୍ଟ ଦେଖି ପ୍ରଯୋଜନକ ସିନେମାଟିକୁ ଭାରତରେ ରିଲିଜ୍ ନ କରି ବିଦେଶରେ କରାଇଥିଲେ। ସିନେମାରେ ପ୍ରଯୋଜକ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର କ୍ଷତି ହେବା ଉଚିତ ନୁହେଁ ବୋଲି ଦିଲଜିତ୍ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.