ଚୋରାରେ ହେଉଥିଲା ବାଲି ଚାଲାଣ : ଜେସିବି, ଟ୍ରାକ୍ଟର ସହ ୨ ହାଇୱା ଅଟକ

Published By : Prameya-News7 Bureau | January 01, 2025 IST

ବିନିକା ୧।୧: ମହାନଦୀରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ଜେସିବି, ଟ୍ରାକ୍ଟର ସହ ଦୁଇଟି ହାଇୱା   ଅଟକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମହାନଦୀର କେଉଟିପାଲି ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ମାଇନିଂ ଅଧିକାରୀ, ପୋଲିସ ସହ ଡେପୁଟି କଲେକ୍ଟର ଚଢାଉ କରିଥିଲେ । ଜେସିବି ସହ ୨ଟି ବାଲି ବୋଝେଇ ହାଇୱା, ଗୋଟିଏ ଟ୍ରାକ୍ଟର ଜବତ କରି ବୀରମହାରାଜପୁର ଥାନାରେ ଅଟକ ରଖାଯାଇଛି । ଏ ନେଇ ଥାନା ପରିସରରେ ଗାଡ଼ିର କାଗଜପତ୍ର ଏବଂ ବାଲି ଚାଲାଣ ନେଇ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ପ୍ରଶାସନ କୌଣସି ସନ୍ତୋଷଜନକ ତଥ୍ୟ ପାଇ ନଥିବା ସୂଚନା ମିଳିଛି । ତେବେ ମହାନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ହାଇୱା ଯୋଗେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

You Can Read:

ପଳାଶୁଣି ଛକରେ ପୁଣି ଦୁର୍ଘଟଣା, ମହିଳାଙ୍କୁ ଧକ୍କା ଦେଲା ଘରୋଇ ବସ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.